M.K.C.G ଛାତ୍ରଙ୍କୁ ରାଗିଙ୍ଗ ଘଟଣା ; ୫ ଛାତ୍ରଙ୍କୁ ସବୁଦିନ ପାଇଁ ହଷ୍ଟେଲ ମନା
ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ୪ର୍ଥ ହଷ୍ଟେଲରେ ରାଗିଂ ଘଟଣାରେ ନିଆଯାଇଛି କଡ଼ା କାର୍ଯ୍ୟାନୁଷ୍ଠାନ। ରାଗିଂ କରିଥିବା ୪ର୍ଥ ହଷ୍ଟେଲର ୫ଜଣ ସିନିୟର ଛାତ୍ରଙ୍କୁ ସବୁଦିନ ପାଇଁ ହଷ୍ଟେଲ ମନା ହୋଇଛି। ଏଥିସହ ସଂପୃକ୍ତ ଛାତ୍ରମାନଙ୍କୁ ମିଳିବନି ମେଧାବୃତ୍ତି, ଫେଲୋସିପ୍ ଓ ଅନ୍ୟାନ ସୁବିଧାସୁଯୋଗ। ଆଣ୍ଟି ରାଗିଂ କମିଟିର ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କଲେଜ ଡିନ୍ ଡାକ୍ତର ସୁଚିତ୍ରା ଦାସ।
କିଛି ଦିନ ତଳେ ଏମ୍କେସିଜି ମେଡିକାଲ କଲେଜର ୪ର୍ଥ ହଷ୍ଟେଲରେ ଏମ୍ବିବିଏସ୍ ପଢ଼ୁଥିବା କିଛି ୨ୟ ବର୍ଷ ଛାତ୍ରଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯିବା ସହ ରାଗିଂ କରାଯାଉଥିବା ନେଇ ଏନ୍ଏମ୍ସିର ଆଣ୍ଟି ରାଗିଂ ସେଲରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ମେଡିକାଲ କଲେଜ ଓ ପୁଲିସ ପକ୍ଷରୁ ମିଳିତ ତଦନ୍ତ କରାଯାଇଥିଲା।

ଏହି ବୈଠକରେ ଦ୍ୱିତୀୟ ବର୍ଷର କୌଣସି ଛାତ୍ର ମୁହଁ ଖୋଲି ନଥିଲେ। କିନ୍ତୁ ପରେ ଜଣେ ଦ୍ୱିତୀୟ ବର୍ଷର ଛାତ୍ର ଲିଖିତ ଭାବେ ୫ ଜଣ ସିନିୟର ଛାତ୍ରଙ୍କ ନାଁରେ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।












Click it and Unblock the Notifications