M.K.C.G ଛାତ୍ରଙ୍କୁ ରାଗିଙ୍ଗ ଘଟଣା ; ୫ ଛାତ୍ରଙ୍କୁ ୬ମାସ ଯାଏଁ କ୍ୟାମ୍ପସ୍‌ ମନା

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ରାଗିଂ ଘଟଣାରେ ୫ ଜଣ ସିନିଅର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତ ୫ ଛାତ୍ରଙ୍କୁ କ୍ୟାମ୍ପସରେ ପ୍ରବେଶକୁ ବାରଣ କରାଯାଇଛି। ଆସନ୍ତା ୬ ମାସ ପାଇଁ ଏହି ଛାତ୍ରମାନେ କ୍ୟାମ୍ପସରେ ପ୍ରବେଶ କରିପାରିବେନି ବୋଲି ଅନୁଷ୍ଠାନ କର୍ତ୍ତୃପକ୍ଷ ନିର୍ଦେଶ ଦେଇଛନ୍ତି। ଏହି ଘଟଣାରେ ପୂର୍ବରୁ ପୂର୍ବରୁ ଅନ୍ୟ ଜଣେ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହା ସହିତ ୩ ଜଣ ଛାତ୍ରଙ୍କୁ ଗୋଟିଏ ସେମିଷ୍ଟର ପରୀକ୍ଷାରୁ ବାରଣ କରାଯାଇଥିବା ସୂଚନା ମିଳିଛି।

ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ଭବିଷ୍ୟତରେ କୌଣସି ଛାତ୍ର କାହାକୁ ବି ରାଗିଂକରିବାକୁ ସାହସ କରିପାରିବେ ନାହିଁ। ଏପରିକି ରାଗିଂ କରିବାକୁ ସିନିୟର୍‌ ଛାତ୍ରଙ୍କ ମନରେ ଭୟ ରହିବ ବୋଲି ଏମ୍‌କେସିଜି ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ଡା. ସୁଚିତ୍ରା ଦାଶ ବୁଧବାର ସନ୍ଧ୍ୟାରେ ଖବରଦାତାଙ୍କୁ ସୂଚନା ଦେଇଛନ୍ତି।

mkcg medical

ସେପଟେ ସେହି ୫ଜଣ ଛାତ୍ରଙ୍କ ବିରୋଧରେ ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ ହେବ। ଡିନ୍‌ଙ୍କ ଲିଖିତ ଏତଲା ପରେ ମାମଲା ରୁଜୁ କରାଯାଇ ପୋଲିସ ଘଟଣାର ତଦନ୍ତ କରିବ ବୋଲି ବ୍ରହ୍ମପୁର ଏସ୍‌ପି ଡା. ସର୍ଵଣା ବିବେକ ଏମ୍‌. ମଧ୍ୟ ଖବରଦାତାଙ୍କୁ ସୂଚନା ଦେଇଛନ୍ତି। ଏମ୍‌କେସିଜି ମେଡିକାଲ କଲେଜର ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଗତ ୨୭ ତାରିଖରେ କେତେକ ସିନୀୟର ଛାତ୍ର ଛାତ୍ରାବାସ(ହୋଷ୍ଟେଲ) ଭିତରେ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ତାଙ୍କୁ ମାଡ ମାରିଥିଲେ।

ରାଗିଂର ଶିକାର ହୋଇଥିବା ଛାତ୍ର ମାନଙ୍କ ଅଭିଭାବକ ମାନେ ଏନେଇ ଦିଲ୍ଲୀ ସ୍ଥିତ ଏନ୍‌ଏମ୍‌ସିର ଆଣ୍ଟି ରାଗିଂ ସେଲ୍‌ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ଗତ ୨୫ତାରିଖରେ ଏମ୍‌କେସିଜି ଆଣ୍ଟିଂ ରାଗିଂ କମିଟିର ବୈଠକ ବସିଥିଲା। ବୈଠକରେ ପ୍ରାୟ ୧୨୦ଜଣ ଦ୍ବିତୀୟ ବର୍ଷର ଛାତ୍ର ଉପସ୍ଥିତ ଥିଲେ ସୁଦ୍ଧା କେହି ମୁହଁ ଖୋଲି ନଥିଲେ।

ଫଳରେ କାହାରି ବିରୋଧରେ ପ୍ରମାଣ ମିଳି ନଥିଲା। ଏହାପରେ ଗତ ୨୮ତାରିଖ ସଂଧ୍ୟାରେ ଜଣେ ଛାତ୍ରଙ୍କ ଅଭିଭାବକ ରାଗିଂ ନେଇ ଡିନ୍‌ଙ୍କ ନିକଟରେ ୫ଜଣ ଛାତ୍ରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ସହିତ ହଷ୍ଟେଲ୍‌ରୁ ତାଙ୍କର ପୁଅକୁ ନେଇ ଯାଇଥିଲେ। ତେବେ ମଙ୍ଗଳବାର ପୁଣିଥରେ ଆଣ୍ଟି ରାଗିଂ ସେଲ୍‌ରୁ ଆଉ ଏକ ଅଭିଯୋଗ ଆସିଥିଲା।

ଏମ୍‌କେସିଜିର ୪ଜଣ ଛାତ୍ର ରାଗିଂ କରୁଥିବା ନେଇ ସେହି ଅଭିଯୋଗରେ ଦର୍ଶାଯାଇଥିଲା। କିନ୍ତୁ ଅଭିଯୋଗକାରୀଙ୍କ ନାମ ସେଥି‌ରେ ନଥିଲା। ଏହି ସବୁ ଘଟଣାକୁ ନେଇ ବୁଧବାର ସଂଧ୍ୟାରେ ଏମ୍‌କେସିଜି ମେଡିକାଲ କଲେଜରେ ଆଣ୍ଟିଂ ରଗିଂ କମିଟିର ବୈଠକ ବସିଥିଲା। ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କିମିଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ସେହିପରି ଡିନ୍‌ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଅଭିଭାବକ ଏବଂ ତାଙ୍କ ପୁଅ ମଧ୍ୟ ଉପସ୍ଥିତ ଥିଲେ। କମିଟି ସଦସ୍ୟ ସେମାନଙ୍କ ଅଭିଯୋଗ ଗ୍ରହଣ କରି ହଷ୍ଟେଲ୍‌ ୱାର୍ଡ଼େନ୍‌ଙ୍କ ଠାରୁ ମିଳିଥିବା ପ୍ରମାଣକୁ ଆଧାର କରି ୫ଜଣ ସିନିୟର୍‌ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମଧ୍ୟରୁ ଜଣେ ଛାତ୍ରଙ୍କ ନାମରେ ପୂର୍ବରୁ ମଧ୍ୟ ଅଭିଯୋଗ ଆସିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+