ରାଧାପାଦ ଦର୍ଶନ ବନ୍ଦ : କରୋନା କଟକଣାରେ ହେବ ରୀତିନୀତି
ଚଳିତବର୍ଷ ଅଁଳା ନବମୀରେ ରାଧାପାଦ ଦର୍ଶନ ବନ୍ଦ
ପୁରୀ : ଚଳିତବର୍ଷ ଅଁଳା ନବମୀରେ ରାଧାପାଦ ଦର୍ଶନ ବନ୍ଦ । ପୁରୀ ସାକ୍ଷୀଗୋପାଳ ପରିଶରରେ ଜାରି ହେବ 144 ଧାରା । କରୋନା କଟକଣାକୁ ପୁରୀ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତି ନେଇଛି । ହେଲେ ସୀମିତ ସେବାୟତ ଭିତରେ କେବଳ ରୀତିନୀତିରେ ରାଧାପାଦ ଦର୍ଶନ ସମ୍ପାଦନ ହେବ ବୋଲି ପ୍ରଶାସନ କହିଛି । ହେଲେ ସର୍ବସାଧାରଣଙ୍କ ପାଇଁ ଏହି ଅନୁମତି ନାହିଁ ।

ସୂଚନାଥାଉକି, ସତ୍ୟବାଦୀ ସାକ୍ଷୀଗୋପାଳ ମନ୍ଦିର ପରିଶରରେ ରାଧାପାଦ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ଭିଡ଼ ହୁଏ । ଆସନ୍ତା 23 ତାରିଖରେ ଅଁଳା ନବମୀ ପଡୁଥିବାରୁ ପ୍ରଶାସନ ଏପରି କଟକଣା ଲଗାଇଛି । ଆଜି ଏହାକୁ ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସେବାୟତ, ପୁରୀ ଜିଲ୍ଲାପାଳ ଓ ଏସପି ପ୍ରମୁଖ ଉପସ୍ଥିତ ଥିଲେ ।












Click it and Unblock the Notifications