ରାଉରକେଲାରେ ଉଡୁଛି ଗୁଇନ୍ଦା ପାରା ! , ଗୋଡରେ ଲାଗିଛି ଚାଇନା ଟ୍ୟାଗ୍
ଇସ୍ପାତ ନଗରୀରେ ଉଡୁଛି ଗୁଇନ୍ଦା ପାରା । ରାଉରକେଲାର ରାଜଗାଙ୍ଗପୁର କାଂଶବାହାଲରୁ ଏପରି ଏକ ପାରା ଉଦ୍ଧାର ହୋଇଛି । ପାରାର ଗୋଡରେ ଚାଇନା ଟାଗ ଲାଗିଛି ।
ରାଉରକେଲା: ଇସ୍ପାତ ନଗରୀରେ ଉଡୁଛି ଗୁଇନ୍ଦା ପାରା । ରାଉରକେଲାର ରାଜଗାଙ୍ଗପୁର କାଂଶବାହାଲରୁ ଏପରି ଏକ ପାରା ଉଦ୍ଧାର ହୋଇଛି । ପାରାର ଗୋଡରେ ଚାଇନା ଟାଗ ଲାଗିଛି । ଯେଉଁଥିରେ ଚୀନ୍ ଭାଷାରେ କିଛି ଲେଖା ଓ ନିର୍ଦ୍ଦିଷ୍ଟ ସିରିଏଲ୍ ନମ୍ବର ଲେଖା ହୋଇଛି । ପାରାର ଗୋଡରେ ଲାଗିଥିବା ଚାଇନା ଭାଷାରେ ଲିଖିତ ଏହି ଟ୍ୟାବ ସନ୍ଦେହଜନକ ସ୍ଥିତି ସୃଷ୍ଟି କରିଥିଲା । ଏମିତିକି ଏହି ଖବର ପ୍ରଚାରିତ ହେବା ପରେ କିଛି ଲୋକେ ଭୟଭୀୟ ହୋଇପଡିଥିଲେ । ଏହା ଚାଇନାର ଗୁଇନ୍ଦା ପାରା ବୋଲି କହିବାକୁ ଲାଗିଥିଲେ ।

କାଂସବାହାଲ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରକୁ ଉଡ଼ି ଆସିଥିଲା ଏହି ପାରା । ବିରଳ ପାରାକୁ ଉଦ୍ଧାର କରିଥିଲେ ସର୍ବେଶ୍ୱର ଛୋଟରାୟ । ସେ ଦେଖିଥିଲେ ପାରାର ଗୋଡ଼ରେ ଲାଗିଛି ଏକ ଧଳାରଙ୍ଗର ଟ୍ୟାଗ । ଯେଉଁଥିରେ ଚାଇନା ଭାଷାରେ କିଛି ଶବ୍ଦ ଲେଖାହୋଇଥିଲା । ପରେ ସର୍ବେଶ୍ୱର ଏନେଇ ସ୍ଥାନୀୟ ଥାନାକୁ ଖବର ଦେଇଥିଲେ ।
ସେପଟେ ପୋଲିସ ଘଟଣା ସ୍ଥଳରେ ପହଁଚି, ପାରାକୁ ଯାଞ୍ଚ କରିଥିଲେ । ପାରା ଗୋଡରେ ଲାଗିଥିବା ଏହି ଟ୍ୟାଗରୁ ଜଣା ପଡିଥିଲା ଏହା ଏକ ରେସିଂ ପାରା । ପ୍ରତିଯୋଗିତା ପାଇଁ ଏହି ପାରାକୁ ବ୍ୟବହାର କରାଯାଇଥିବା ପୋଲିସ ସ୍ପଷ୍ଟ କରିଥିଲା । ଗୁଇନ୍ଦା ସୂଚନା କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ପାରାକୁ ବ୍ୟବହାର ଖବରକୁ ପୋଲିସ ଖଣ୍ଡନ କରିଥିଲା ।












Click it and Unblock the Notifications