ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଆର ମାଧବନ , କ୍ରୀଡ଼ାକ୍ଷେତ୍ରରେ ଓଡ଼ିଶାର ଅବଦାନକୁ ପ୍ରଶଂସା କଲେ
R Madhavan and his family meets CM Of Odisha Mr. Patnaik and greets a thank for the hospitality .ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଆର ମାଧବନ , କ୍ରୀଡ଼ାକ୍ଷେତ୍ରରେ ଓଡ଼ିଶାର ଅବଦାନକୁ ପ୍ରଶଂସା କଲେ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡ ଅଭିନେତା ଆର୍ ମାଧବନ । ନିଜ ପରିବାର ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଅଭିନେତା । ମାଧବନ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଅତ୍ୟନ୍ତ ଖୁସି ହୋଇଛନ୍ତି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସାକ୍ଷାତ କାଳରେ ମୁଖ୍ୟମନ୍ତ୍ରୀ ମାଧବନଙ୍କ ପୁଅ ଭେଦାନ୍ତଙ୍କୁ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
Such a pleasure to meet with honorable CM & very dynamic Shri @Naveen_Odisha Ji.Thank you so much for the kind hospitality & the most fantastic endeavor of putting Odisha firmly on one of the Best Sports Venue map of India-Your commitment for the future of sports is invigorating pic.twitter.com/l5tePqMOss
— Ranganathan Madhavan (@ActorMadhavan) July 21, 2022
ଅଭିନେତା ମାଧବନ କ୍ରୀଡ଼ାକ୍ଷେତ୍ରରେ ଓଡ଼ିଶାର ଅବଦାନକୁ ପ୍ରଶଂସା କରିଛନ୍ତି । ଏହା ସହ ସେ ଭୁବନେଶ୍ୱର ସୁନ୍ଦରତା ଓ ସ୍ୱସ୍ଥତାର ମଧ୍ୟ ପ୍ରଶଂସା କରିଛନ୍ତି । ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ ମାଧବାନ ଏବଂ ପରିବାରକୁ ହକି ଇଣ୍ଡିଆର ଜର୍ସି ପ୍ରଦାନ କରିଛନ୍ତି । ତେବେ କଳିଙ୍ଗ ଷ୍ଟାଡିୟମରେ ସ୍ୱିମିଙ୍ଗ ପ୍ରତିଯୋଗିତାରେ ଅତିଥି ଭାବେ ଯୋଗଦେଇଥିଲେ ଆର ମାଧବନ । ଏହି ପ୍ରତିଯୋଗିତାରେ ତାଙ୍କ ପୁଅ ଭେଦାନ୍ତ ମଧ୍ୟ ଭାଗ ନେଇଥିଲେ । ସୋସିଆଲ ମିଡିଆରେ ଅଭିନେତା ମାଧବନ ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ଫଟୋ ମଧ୍ୟ ସେୟାର କରିଛନ୍ତି ।













Click it and Unblock the Notifications