Get Updates
Get notified of breaking news, exclusive insights, and must-see stories!

OSSCର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ: କାହିଁକି ବାରମ୍ବାର ବାତିଲ ହେଉଛି ପରୀକ୍ଷା ? କେମିତି ଲିକ୍ ହେଉଛି ପ୍ରଶ୍ନପତ୍ର ?

ଭୁବନେଶ୍ୱର: କାହିଁକି ବାରମ୍ବାର ବାତିଲ ହେଉଛି ପରୀକ୍ଷା ? କେମିତି ଲିକ୍ ହେଉଛି ଏତେ ବଡ଼ ବଡ଼ ପରୀକ୍ଷା ପ୍ରଶ୍ନପତ୍ର ? କେଉଁମାନେ ସାମିଲ ରହିଛନ୍ତି ଏହି ପ୍ରଶ୍ନପତ୍ର ଲିକ୍ ମାମଲାରେ ? OSSCର ସ୍ୱଚ୍ଛତାକୁ ନେଇ ଉଠିଲା ପ୍ରଶ୍ନ ।

କହିରଖୁ କି, ଗତବର୍ଷ ନଭେମ୍ବର ମାସରେ ୧୦୦୮ ଟି ପଦବୀ ନିମନ୍ତେ ଜେଇ ସିଭିଲ୍ ପରୀକ୍ଷାର ପ୍ରକ୍ରିୟା ଆରମ୍ଭ କରିଥିବା ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ସ୍ପଷ୍ଟ ହେବା ପରେ ଜେଇ ସିଭିଲ୍ ପରୀକ୍ଷା ବାତିଲ କରିଛନ୍ତି ଏବଂ ପୁନଃ ସେପ୍ଟେମ୍ବର ୩ ତାରିଖରେ କରାଯିବ ବୋଲି ବିଜ୍ଞପ୍ତି ଜାରି କରିଛନ୍ତି ।

OSSC

ତେବେ ଏହାକୁ ନେଇ ଏବେ ଚିନ୍ତାରେ ଚାକିରି ଆଶାୟୀ । କାରଣ ସେମାନେ ଏବେ, ପରୀକ୍ଷାର ସ୍ୱଚ୍ଛତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ପରୀକ୍ଷା ରଦ୍ଦ ହେବା ପରେ ତାତିଛନ୍ତି ପରୀକ୍ଷାର୍ଥୀ । ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କୁ ଭେଟି ଦାବିପତ୍ର ଦେବାକୁ ଆଜି ଭୁବନେଶ୍ୱର ପହଞ୍ଚିଥିଲେ କିଛି ପରୀକ୍ଷାର୍ଥୀ । ହେଲେ ଭେଟି ନ ପାରିବାରୁ କାର୍ଯ୍ୟାଳୟକୁ ମୁଣ୍ଡିଆ ମାରି ଚାଲି ଚାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଛନ୍ତି ପରୀକ୍ଷାର୍ଥୀ । ଯେଉଁ ଅଧିକାରୀ ମାନେ ପ୍ରଶ୍ନପତ୍ର ଲିକ୍ ପାଇଁ ଦାୟୀ, ସେମାନଙ୍କ ବିରୋଧରେ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସେମାନେ ଦାବି ରଖିଛନ୍ତି ।

ତେବେ ପ୍ରଶ୍ନ ପତ୍ର ଲିକ୍ ଘଟଣାରେ ଜଣେ ମହିଳାଙ୍କ ସମେତ ୯ ଜଣ ଗିରଫ ହୋଇଛନ୍ତି । ଅଭିଯୁକ୍ତମାନେ ଓଡିଶା ବିହାର ଓ ଆନ୍ଧ୍ରପ୍ରଦେଶର ବୋଲି କହିଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ । ତେବେ ପ୍ରଶ୍ନପତ୍ର ଲିକ ହେବା ପଛରେ ଓଏସଏସସି କାର୍ଯ୍ୟାଳୟର କେଉଁ ଅଧିକାରୀ ସଂପୃକ୍ତ ଅଛନ୍ତି ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି ।

ପୂର୍ବରୁ ବାତିଲ ହୋଇଛି ପରୀକ୍ଷା

ଗତବର୍ଷ ଏପ୍ରିଲ ମାସରେ ଅନୁରୂପ ଭାବେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମୋଟ ୬୫ଟି ଆକାଉଣ୍ଟାଣ୍ଟ ପଦବୀରେ ନିଯୁକ୍ତ ପ୍ରକ୍ରିୟା ପାଇଁ ପରୀକ୍ଷା କରିବାର ଗୋଟିଏ ଦିନ ପରେ ଏହାକୁ ଷ୍ଟାଫ ସିଲେକ୍ସନ କମିଶନ ବାତିଲ କରି ଦେଇଥିଲେ । ଏହି ପରୀକ୍ଷାର ପ୍ରଶ୍ନପତ୍ରରେ ଓଡ଼ିଆ ଭାଷାକୁ କଦର୍ଥ କରାଯାଇ ଥିବାର ଅଭିଯୋଗ ହୋଇଥିଲା । ଏପ୍ରିଲରେ ବାତିଲ ହୋଇଥିବା ଏହି ପରୀକ୍ଷା ଏପର୍ଯ୍ୟନ୍ତ ହୋଇ ପାରିନି ।

ସୂଚନାଯୋଗ୍ୟ, ଗତ ୨୦୨୧ ମସିହାରେ ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ପ୍ରାୟ ୪ କୋଟି ଟଙ୍କାରୁ ଅଧିକ ଆୟବର୍ହିଭୂତ ସମ୍ପତ୍ତି ଜବତ କରିଥିଲେ । ତେବେ ତାଙ୍କ ଭଳି ଜଣେ କିରାଣୀ ଏତେ ଟଙ୍କା ଆୟ କିପରି କଲେ ତା'ର ଖୋଳତାଡ଼ ହେଲାନି କିମ୍ବା ଷ୍ଟାଫ ସିଲେକ୍ସନ ଆୟୋଗରେ କାହାରିକୁ ତଦନ୍ତ ପରିସର ଭୁକ୍ତ କରା ଗଲାନି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+