ଏଥର ପଞ୍ଚାୟତ ନୂହେଁ, ଜିଲ୍ଲା ପରିଷଦ ଜୋନରେ ହେବ କ୍ବାରେଣ୍ଟାଇନ ସେଣ୍ଟର
ଗତଥର ପଞ୍ଚୟତରେ ହୋଇଥିଲା କ୍ବାରେଣ୍ଟାଇନ ସେଣ୍ଟର। ଏଥର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପରିଷଦ ଜୋନରେ ସେଣ୍ଟର ହେବା ନେଇ ବ୍ୟବସ୍ଥା ହେଉଛି ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ।
ଭୁବନେଶ୍ବର: ମାଡି ଚାଲିଛି ମହାମୀରୀ । ଲେଉଟିଲାଣି କରୋନା କୋପ । ତେବେ ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ।

ଅନେକ ରାଜ୍ୟରେ ଲକଡାଉଣ ଆରମ୍ଭ ହେଲାଣି। ସେଥିପାଇଁ ପ୍ରବାସୀ ଓଡିଆ ଶ୍ରମିକ ରାଜ୍ୟକୁ ଫେରିବା ଆରମ୍ଭ କଲେଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ବେଡ଼, କ୍ବାରେଣ୍ଟାଇନ ସେଣ୍ଟର ବ୍ୟବସ୍ଥା କରାଯାଉଛି। ଗତଥର ପଞ୍ଚୟତରେ ହୋଇଥିଲା କ୍ବାରେଣ୍ଟାଇନ ସେଣ୍ଟର। ଏଥର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପରିଷଦ ଜୋନରେ ସେଣ୍ଟର ହେବା ନେଇ ବ୍ୟବସ୍ଥା ହେଉଛି ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ।
ମୁଖ୍ୟତଃ ଛତିଶଗଡ଼ ସୀମାନ୍ତରୁ ରାଜ୍ୟକୁ ପେରନ୍ତି ପ୍ରବାସୀ। ଗତ ଥର 9 ଲକ୍ଷ ପ୍ରବାସୀ ଆସିଥିଲେ। ମାତ୍ର ସମସ୍ତେ ଫେରି ନଥିଲେ। ତେଣୁ ଏଥର 9 ଲକ୍ଷରୁ କମ ପ୍ରବାସୀ ଫେରିବାର ସମ୍ଭାବନା ଅଛି ବୋଲି ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ।












Click it and Unblock the Notifications