Get Updates
Get notified of breaking news, exclusive insights, and must-see stories!

ମାଲକାନଗିରିରେ ହେବ ‘ପୁଷ୍ପା-୨’ର ସୁଟିଂ, ଓଡିଶା ଆସିବେ ଅଲୁ ଅର୍ଜୁନ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ହେବ 'ପୁଷ୍ପା-୨'ର ସୁଟିଂ । ଏଥିଲାଗି ଜିଲ୍ଲାର ଏସପି ଓ ଜିଲ୍ଲାପାଳଙ୍କ ଠାରୁ ଅନୁମତି ଲୋଡିଛନ୍ତି ଫିଲ୍ମର ପ୍ରଯୋଜକ । ସୁଟିଂ ପାଇଁ ଓଡ଼ିଶା ଆସିବେ ପୁଷ୍ପାରାଜ ତଥା ସାଉଥ୍‌ ସୁପରଷ୍ଟାର ଆଲୁ ଅର୍ଜୁନ । ସ୍ୱାଭିମାନ ଅଞ୍ଚଳର ଝୁଲାପୋଲ, ହନ୍ତାଳଗୁଡା ଘାଟି ଓ ଚିତ୍ରକୋଣ୍ଡା ସ୍ପିଲ୍‌ ୱେରେ ନିର୍ମାଣଧୀନ ପୋଲ ନିକଟରେ ସୁଟିଂ ହେବ ।

ମୈତ୍ରୀ ମୁଭି ମେକର୍‌ ସଂସ୍ଥାର ଏକ ଟିମ୍‌ ଗତ ମାସେ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଦେଖୁଛନ୍ତି । ପରେ ଜାଗା ପସନ୍ଦ କରିବା ସହ ସୁଟିଂ ପାଇଁ ପ୍ରଶାସନର ଅନୁମତି ନେଇଛନ୍ତି । ମୈତ୍ରୀ ମୁଭି ମେକର୍‌ ସଂସ୍ଥାର ଫାଇଟ୍‌ ମାଷ୍ଟର ପିଟର ହାଇନସ୍‌, ସହକାରୀ ପ୍ରଯୋଜକ ଶୁଭ୍ରମଣ୍ୟମ୍‌, ସହ ନିର୍ଦ୍ଦେଶକ ପ୍ରସାଦ ମାରିସେଟି, କଳା ନିର୍ଦେଶକ ରାମକ୍ରିଷ୍ଣା ପ୍ରମୁଖ ପହଂଚି ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲିଛନ୍ତି । ଆସନ୍ତା ମେ ପ୍ରଥମ ସପ୍ତାହରେ ସ୍ୱାଭିମାନ ଅଞ୍ଚଳରେ ଫିଲ୍ମ ସୁଟିଂ ହେବ ।

Pushpa 2

ମୈତ୍ରୀ ମୁଭି ମେକର ପକ୍ଷରୁ'ପୁଷ୍ପା' ଚଳଚ୍ଚିତ୍ରର ଅପୂର୍ବ ସଫଳତା ପରେ 'ପୁଷ୍ପା-୨'କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଛି । ନିକଟରେ 'ପୁଷ୍ପା-୨'ର ପୋଷ୍ଟର ଓ ଟିଜର୍ ରିଲିଜ୍ ହୋଇଥିବା ବେଳେ ବେଶ୍ ଦର୍ଶକୀୟ ଆଦୃତି ମିଳିଛି । ପୋଷ୍ଟରରେ ଅଲ୍ଲୁ ଅର୍ଜୁନ ଶାଢ଼ି ସହ ଗହଣା ପିନ୍ଧିଥିବା ନଜର ଆସିଥିଲେ । ଖୁବଶୀଘ୍ର ଅଲୁ ଅର୍ଜୁନଙ୍କ ପୁଷ୍ପା ସିନେମାର ଏହି ସିକ୍ୱେଲ ମୁକ୍ତିଲାଭ କରିବ ।

ହିନ୍ଦି ହାର୍ଟ ବେଲ୍ଟରେ ବେଶ୍ ସଫଳ ହୋଇଥିବା ପୁଷ୍ପାକୁ ନେଇ ଅନେକ କିଛି କାହାଣୀ ବାକି ରହିଛି । ରକ୍ତ ଚନ୍ଦନର ସ୍ମଗଲିଂ କରୁଥିବା ପୁଷ୍ପାର ମୃତ୍ୟୁ କ୍ଲାଇମାକ୍ସରେ ସସପେନ୍ସ ହୋଇ ରହିଛି । ପୁଷ୍ପା ବଞ୍ଚିଛି ନା ନାହିଁ ତାକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାର କିଛି ଝଲକ ଟିଜରରେ ନଜର ଆସିଛି । ଏଥର ରଶ୍ମିକାଙ୍କ ସହ ସାଈ ପଲ୍ଲବୀ, ଫ୍ୟାନଙ୍କ ହାର୍ଟ ବିଟ୍ ବଢ଼ାଇବେ । ସୁକୁମାରଙ୍କ ନିର୍ଦ୍ଦେଶିତ କ୍ରାଇମ, ସସପେନ୍ସ, ଥ୍ରିଲର ଓ ମ୍ୟୁଜିକାଲ୍ ବ୍ଲକବଷ୍ଟର ହୋଇଥିବା ଏହି ଫିଲ୍ମ ଆଗାମୀ କିଛି ମାସରେ ବଡ଼ ପରଦାକୁ ଆସିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+