ପୁଷ୍କରାକୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ସମ୍ମାନ

ଆଜି ଅପରାହ୍ନ ୪ଟାରୁ ଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପାଇଁ ବଛାଯାଇଥିବା ବିଜେତାମାନଙ୍କୁ ସମ୍ମାନିତ କରିଛନ୍ତି। ଏହି ପୁରସ୍କାରଗୁଡ଼ିକ ୨୦୨୩ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରକୁ ନେଇ ପ୍ରଦାନ କରାଯାଇଛି। ବାଜିମାତ୍‌ କରିଥିବା ଓଡ଼ିଆ ସିନେମା 'ପୁଷ୍କରା'ର ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାଶ ବିଜ୍ଞାନ ଭବନରେ ଉପସ୍ଥିତ ରହି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଥିବା ଜଣାପଡ଼ିଛି। 'ପୁଷ୍କରା' ବ୍ୟତୀତ ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ 'ସି ଆଣ୍ଡ ସେଭେନ୍ ଭିଲେଜେସ୍' ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ୨୦୨୩ ବର୍ଷ ପାଇଁ 'ଅଣଫିଚର ଫିଲ୍ମ ବର୍ଗ'ରେ ପୁରସ୍କାର ହାସଲ କରିଛି। ହିମାଂଶୁ ଶେଖର ଖଟୁଆଙ୍କ ସ୍ଥାନରେ ଫିଲ୍ମର ପ୍ରଯୋଜିକ‌ା ଇତିରାଣୀ ସାମନ୍ତ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଥିବା ଦେଖାଯାଇଛି।

Pushkara

ତରଙ୍ଗ ସିନେ ପ୍ରଡକ୍‌ସନ୍ସ ବ୍ୟାନର୍‌ରେ ପ୍ରସ୍ତୁତ 'ପୁଷ୍କରା'ର ନିର୍ଦ୍ଦେଶନା ଶୁଭ୍ରାଂଶୁ ଦାଶ ଦେଇଥିଲେ ଓ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଅଭିନେତା ସବ୍ୟସାଚୀ ମିଶ୍ର। ଚଳଚ୍ଚିତ୍ରର ଅନ୍ୟାନ୍ୟ ଭୂମିକାରେ ସୁପ୍ରିୟା ନାୟକଙ୍କ ସହ ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ ମହାନ୍ତି, ତ୍ରିଭୁବନ ପଣ୍ଡା, ଅଳକା ଶତପଥୀ, ରବି ମିଶ୍ର ଓ ଶଙ୍କର ପ୍ରଧାନ ଅଭିନୟ କରିଥିଲେ। ଚଳଚ୍ଚିତ୍ରର କାହାଣୀ ଲେଖକ ଶଙ୍କର ତ୍ରିପାଠୀଙ୍କ ଦ୍ୱାରା ୨୦୦୪ ମସିହାରେ ରଚିତ ଉପନ୍ୟାସ 'ନାଦବିନ୍ଦୁ' ଉପରେ ଆଧାରିତ 'ପୁଷ୍କରା'। ଏଥିରେ 'ପୁଷ୍କରା' ପରମ୍ପରାକୁ ବଡ଼ ପରଦାରେ ପ୍ରଦର୍ଶିତ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+