ଶେଷ ହୋଇଛି ତିନିରଥର ଚକ ଏବଂ ଅଖ ନିର୍ମାଣ କାର୍ଯ୍ୟ

ପୁରୀ: ଶେଷ ହୋଇଛି ତିନିରଥର ଚକ ଏବଂ ଅଖ ନିର୍ମାଣ କାର୍ଯ୍ୟ । ସକାଳ ଘ.୮.୦୦ ଟାରୁ ତିନିରଥର ନିର୍ମାଣକାରୀ ସେବକ ମାନେ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ନିର୍ମାଣକାର୍ଯ୍ୟ ଆରମ୍ଭ କରିଥିଲେ ।

ତାଳଧ୍ୱଜ ରଥର ମୋଟ୍ ୧୪ ଗୋଟି ଚକ ଏବଂ ୭ଗୋଟି ଅଖର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ୱଜ ରଥର ୧୪ ନାହାକା ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୮ଟି ୨୦ ଫୁଟିଆ ଧଉରା ଫାଳି କାଠ ରଥ ଆମୀନ ଭୋଇ ସେବକଙ୍କ ମାଧ୍ୟମରେ ଯୋଗାଇ ଥିଲେ । ଦୁଇଟି ଆଠ କୋଣି ୧୪ନାହାକାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଆଉ ୬ ଟିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ratha khala

ତାଳଧ୍ୱଜ ରଥର ମୋଟ ୪ ଗୋଟି ନିରାଡିରୁ ଦୁଇଗୋଟି ୨୦ ଫୁଟିଆ ନିରାଡ଼ିର ଚଉପଟ କାର୍ଯ୍ୟ ଶେଷ କରି ଆଉଦୁଇଟି ନିରାଡ଼ିର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ସେହିପରି ଦର୍ପଦଳନ ରଥର ମୋଟ ୬ ଗୋଟି ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଦର୍ପଦଳନ ରଥର ମୋଟ ୪ଗୋଟି ନିରାଡିରୁ ୩ଗୋଟି ୨୦ ଫୁଟିଆ ନିରାଡ଼ିତ ଚଉପଟ କାର୍ଯ୍ୟ ଶେଷ ହୋଇଛି । ୧୪ ନାହାକା ନିର୍ମାଣ କାର୍ଯ୍ୟ ଆଜି ଆରମ୍ଭ ହୋଇ ଆଜିର କାର୍ଯ୍ୟ ଶେଷ ସୁଦ୍ଧା ଦୁଇଟି ୧୪ ନାହାକର ଆଠ କୋଣି ନିର୍ମାଣ ଜାର୍ଯ୍ୟ ଶେଷ ହୋଇସାରିଛି ।

ନନ୍ଦିଘୋଷ ରଥର ମୋଟ ୧୬ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ନନ୍ଦିଘୋଷ ରଥର ଦୁଇଟି ନିରାଡ଼ି ନିର୍ମାଣ ଶେଷ ହୋଇଥିଲା, ଆଜି ଆଉ ଦୁଇଟି ନିରାଡ଼ିର ଚଉପଟ କାର୍ଯ୍ୟ ଶେଷ ହୋଇ ମୋଟ ୪ ଗୋଟି ନିରାଡ଼ି ଚଉପଟ କାର୍ଯ୍ୟ ସମ୍ପୂର୍ଣ ହୋଇଛି । ନନ୍ଦିଘୋଷ ରଥର ୧୪ ନାହାକା ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ,ପ୍ରଥମ ପର୍ଯ୍ୟାୟରେ ଯୋଗାଇଦିଆ ଯାଇଥିବା ୮ ଗୋଟି ୧୪ ନାହାକା କାଠାରୁ ଦୁଇଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇ ବାକି ୬ଟି ୧୪ ନାହାକାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ।

ରୂପକାର ସେବକ ମାନେ ରଥର ଗୁଜ ଗୁଡିକରେ ରୂପ ଖୋଦେଇ ସହ ଶେଷ ହୋଇ ଥିବା ରୂପଗୁଡିକରେ ଅଳଙ୍କାର କାର୍ଯ୍ୟ ସହ ପାଳିଡ଼ କାର୍ଯ୍ୟ ଜାରୀ ରଖିଛନ୍ତି । କରତି ସେବକ ତିନିରଥର କରତି ସେବକ ମାନେ ନନ୍ଦିଘୋଷ ରଥର ୪୦ ଫୁଟିଆ ଗୟଳ କାଠର ଉଭୟ ପାର୍ଶ୍ୱ ଚିତା କାର୍ଯ୍ୟ ଆରମ୍ଭ କରିଛନ୍ତି ଚିତାପରେ ଚିରଟ କାର୍ଯ୍ୟ ଆରମ୍ଭ କରିବେ। ସେହିପରି ତିନି ରଥର ଓଝା ସେବକ ମାନେ ତିନି ରଥର ଦଣ୍ଡା ପାଇଁ ଦଣ୍ଡା କଣ୍ଟା ବା 'ଦଣ୍ଡା ବିଡ଼ିଆ' କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+