ଏଣିକି ସବୁଦିନ ଖୋଲା ରହିବ ଶ୍ରୀମନ୍ଦିର, ଆନନ୍ଦ ବଜାରରେ ଅଭଡା ଖାଇବେ ଭକ୍ତ

ଏଣିକି ରବିବାର ବି ଖୋଲ ରହିବ ଶ୍ରୀମନ୍ଦିର । ଏଣିକି ସବୁଦିନ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ ।

ପୁରୀ: ଏଣିକି ରବିବାର ବି ଖୋଲ ରହିବ ଶ୍ରୀମନ୍ଦିର । ଏଣିକି ସବୁଦିନ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ସୂଚନାଥାଉ କି, ପୂର୍ବରୁ ଶ୍ରୀମନ୍ଦିର ପରିସର ସାନିଟାଇଜ ପାଇଁ ରବିବାର ବନ୍ଦ ରହୁଥିଲା ଭକ୍ତ ଦର୍ଶନ । ମାତ୍ର ଏବେ ଏହା ପରିବର୍ତ୍ତନ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

Shree Mandir

ଆଗାମୀ ଦିନରେ ସାନିଟାଇଜ ପାଇଁ କୌଣସି ରବିବାର ବନ୍ଦ ହେବନି ଶ୍ରୀମନ୍ଦିର। ସପ୍ତାହରେ ତିନିଦିନ ଶ୍ରୀମନ୍ଦିରକୁ କରାଯିବ ସାନିଟାଇଜ। ସିଂହଦ୍ଵାର ଦେଇ ପ୍ରବେଶ ଓ ତିନିଦ୍ୱାର ଦେଇ ଭକ୍ତମାନେ କରିବେ ପ୍ରସ୍ତାନ। ଆସନ୍ତା ରବିବାର ମହାପ୍ରଭୁଙ୍କ ଚିତ୍ତାକର୍ଷକ ପଦ୍ମବେଶ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ। ପ୍ରତି ରବିବାର ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲା ରହିବ।

Shree Mandir

ସେହିପରି ଆଜିଠାରୁ ଭକ୍ତମାନେ ଆନନ୍ଦ ବଜାରରେ ବସି ଅବଢ଼ା ଖାଇବାର ସୁଯୋଗ ପାଇପାରିବେ । ଆଜି (ଶୁକ୍ରବାର) ୧୦ରୁ ୧୨ ହଜାର ଭକ୍ତଙ୍କ ପାଇଁ ଆନନ୍ଦବଜାରରେ ବସି ମହାପ୍ରସାଦ ପାଇବାକୁ ପ୍ରସ୍ତୁତି ଚାଲିଛି । ସୁଆର ମହାସୁଆର ନିଯୋଗ ୩୭ରୁ ଅଧିକ ଦୋକାନରେ ମହାପ୍ରସାଦ ବିକ୍ରି ବ୍ୟବସ୍ଥା କରିଛି । ସାମାଜିକ ଦୂରତା ରକ୍ଷା କରିବ ଭକ୍ତମାନେ ଅବଢ଼ା ଖାଇବା ପ୍ରତି ନିଯୋଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+