୨୯ରୁ ଜୁନ୍ ୨୭ ଯାଏଁ ରତ୍ମଭଣ୍ତାର କାମ ବନ୍ଦ

ଆସନ୍ତା ୨୯ରୁ ଜୁନ୍ ୨୭ ଯାଏଁ ବନ୍ଦ ରହିବ ରତ୍ନଭଣ୍ତାର କାମ । ରତ୍ମଭଣ୍ତାର ମରାମତି ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । ୪ ମାସରୁ ଉର୍ଦ୍ଧ୍ୱ ସମୟରେ ୧୯୩ ଘଣ୍ଟା ୫ ମିନିଟର କାମ ହୋଇଛି । ସେହିପରି ରତ୍ନଭଣ୍ତାର ଭିତର ପାର୍ଶ୍ୱ କାମ ପ୍ରାୟ ସରିଛି , ଏବେ କେବଳ ଚଟାଣ କାମ ବାକି ରହିଛି ।

ସେହିପରି ବାହର ରତ୍ନଭଣ୍ତାରରେ ୫ଟି ଷ୍ଟେନଲେସ ବିମ ଲଗାଯିବ । ଜୁନ୍ ୨୮ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ କାମ ବନ୍ଦ ରହିବ । ରଥଯାତ୍ରା ପାଇଁ ରତ୍ନବେଦୀରେ ଶ୍ରୀଜିଉ ନଥିବାରୁ ପର୍ଯ୍ୟାପ୍ତ କାମ ହେବ । ସେହିପରି ରତ୍ମଭଣ୍ତାର କାମ ଶେଷ ହେବା ପରେ ରତ୍ନଭଣ୍ତାର ସଂରକ୍ଷଣ କାମ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Puri Srimandira Ratna Bhanda

ସେହିପରି ୫୦ରୁ ୬୦ ଘଣ୍ଟା ପରେ ଶେଷ ହେବ ରତ୍ନଭଣ୍ତାର ମରାମତି କାମ । ଏନେଇ ଆଇନ୍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଭିତର ରତ୍ନଭଣ୍ତାର କାମ ସରିଛି, ବାହର ରତ୍ନଭଣ୍ତାର କାମ ଅଳ୍ପ ବାକି ରହିଛି ଯାହା ୫୦ରୁ ୬୦ ଘଣ୍ଟାରେ କାମ ଶେଷ ହୋଇଯିବ । ସେହିପରି ରତ୍ମ ଭଣ୍ତାର ଅତି ଖରାପ ସ୍ଥିତିରେ ଥିଲା ଯାହା ପଥର ଖସିବା ପରି ସ୍ଥିତିରେ ପହଞ୍ଚିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+