ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ସେଲଫି
ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ । ନିଜ ସୋସିଆଲ ମିଡିଆରେ ମନ୍ଦିର ଭିତରେ ଉଠାଇଥିବା ଫଟୋ ପୋଷ୍ଟ ପରେ ଚର୍ଚ୍ଚା ହେଉଛି । ସଞ୍ଜୟ ପାଢୀ ଶର୍ମା ସଞ୍ଜୟ ନାମକ ଜଣେ ଭକ୍ତ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ଭାଇରାଲ କରିଛନ୍ତି। ଏହି ପୋଷ୍ଟରେ ସଞ୍ଜୟଙ୍କ ସହ ଆଉ ଜଣେ ବ୍ୟକ
ପୁରୀ: ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ । ନିଜ ସୋସିଆଲ ମିଡିଆରେ ମନ୍ଦିର ଭିତରେ ଉଠାଇଥିବା ଫଟୋ ପୋଷ୍ଟ ପରେ ଚର୍ଚ୍ଚା ହେଉଛି । ସଞ୍ଜୟ ପାଢୀ ଶର୍ମା ସଞ୍ଜୟ ନାମକ ଜଣେ ଭକ୍ତ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ଭାଇରାଲ କରିଛନ୍ତି। ଏହି ପୋଷ୍ଟରେ ସଞ୍ଜୟଙ୍କ ସହ ଆଉ ଜଣେ ବ୍ୟକ୍ତି ମଧ୍ୟ ରହିଥିବା ଦେଖାଯାଇଛି।

ଶ୍ରୀମନ୍ଦିର ଭିତରେ କୋଇଲି ବୈକୁଣ୍ଠ ଓ ନୃସିଂହ ମନ୍ଦିର ପାଖରେଏହି ସେଲଫି ଉଠାଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନିଷେଧ ଥିବାବେଳେ ଭକ୍ତ ଜଣକ ମନ୍ଦିର ଭିତରକୁ ମୋବାଇଲ୍ ନେଇ ସେଲଫି ଉଠାଇ ସେୟାର କଲେ କିପରି ?

ଶ୍ରୀମନ୍ଦିର ବାହାରେ ଓ ଭିତରେ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ସ୍ବତ୍ତ୍ବେ ମଧ୍ୟ ଏହି ଭକ୍ତ ଜଣକ ସୁରକ୍ଷା ଭେଦ କଲେ କିପରି ? ସେନେଇ ଚର୍ଚ୍ଚା ହେବା ସହ ଉଠିଛି ପ୍ରଶ୍ନ।












Click it and Unblock the Notifications