କାହିଁକି ଅଧା ଗଢା ତିନି ଠାକୁର, ଜାଣନ୍ତୁ
ଦେଶର ଅନ୍ୟ କେଉଁ ସ୍ଥାନରେ ସାଧାରଣ ତ ଅଧା ଗଢା ଦିଅଁ ଙ୍କୁ ପୂଜା କରାଯାଏ ନାହିଁ। ତେବେ ଏଠାରେ କାହିଁକି ଅଧା ଗଢା ଠାକୁର ଙ୍କ ପୂଜା ହୁଏ ତା ପଛରେ ରହିଛି ଏକ ସ୍ବତନ୍ତ୍ର କାରଣ।
ପୁରୀ: ଆଜି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା। ଏହି ମହାପର୍ବ ରେ ସାମିଲ ହେବାକୁ ବିଶ୍ଵର କୋଣ ଅନୁକୋଣରୁ ଶ୍ରୀକ୍ଷେତ୍ର ଆସନ୍ତି ଅନେକ ଭକ୍ତ। ଆପଣ ଜାଣନ୍ତି ଏହି ଯାତ୍ରା ଟିକିଏ ଭିନ୍ନ । କାରଣ ଏହା ଦେଶର ପ୍ରଥମ ପୂଜା ଯେଉଁଥିରେ ପ୍ରେମିକା ରାଧା କି ପତ୍ନୀ ରୁକ୍ମିଣୀଙ୍କ ସହ ପୂଜା ହୁଅନ୍ତି ନାହିଁ ପ୍ରଭୁ ଶ୍ରୀକୃଷ୍ଣ। ଭାଇ- ଭଉଣୀଙ୍କ ସହ ପୂଜା ପାଆନ୍ତି ଶ୍ରୀଜୀଉ।

କେବଳ ପୁରୀରେ ଅଧା ଗଢା ତିନି ଠାକୁରଙ୍କ ପୂଜା କରାଯାଏ। ଦେଶର ଅନ୍ୟ କେଉଁ ସ୍ଥାନରେ ସାଧାରଣ ତ ଅଧା ଗଢା ଦିଅଁ ଙ୍କୁ ପୂଜା କରାଯାଏ ନାହିଁ। ତେବେ ଏଠାରେ କାହିଁକି ଅଧା ଗଢା ଠାକୁର ଙ୍କ ପୂଜା ହୁଏ ତା ପଛରେ ରହିଛି ଏକ ସ୍ବତନ୍ତ୍ର କାରଣ। ପୁରାଣ ଅନୁସାରେ, ଥରେ ପୁରୀ ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ବଳଭଦ୍ରଙ୍କୁ ଶିଳ୍ପୀ ବିଶ୍ଵକର୍ମାଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ଶିଳ୍ପୀ ରାଜାଙ୍କ ନିକଟରେ ଏକ ସର୍ତ୍ତ ରଖିଥିଲେ। ଯେଉଁପର୍ଯ୍ୟନ୍ତ ମୂର୍ତ୍ତି ଗଢା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ ଏହି କୋଠାରୀ କୁ କେହି ପ୍ରବେଶ କରିବେ ନାହିଁ। ଆଉ ଏହି ସର୍ତ୍ତ ରେ ରାଜି ଥିଲେ ରାଜା। ଆଉ ତା ପରେ ଚାଲିଲା ମୂର୍ତ୍ତି ଗଢା କାର୍ଯ୍ୟ।
ଏହାପରେ ରାଜା ପ୍ରତିଦିନ ଶିଳ୍ପୀଙ୍କ ଘର ବାହାରକୁ ଠକ୍ ଠକ୍ ଶବ୍ଦ ଆସିବାର ଶୁଣନ୍ତି। କିନ୍ତୁ ଥରେ ରାଜା ସେଇ ବାଟ ଦେଇ ଯାଉଥିବା ବେଳେ ଶବ୍ଦ ଶୁଣିବାକୁ ପାଇଲେନି। ଆଉ ସେ କୋଠରୀ ର କବାଟ ଖୋଲି ଭିତରେ ପ୍ରବେଶ କରି ଦେଖନ୍ତି ତ ଶିଳ୍ପୀ ଉଭାନ ହୋଇ ଗଲେ। ଆଉ କେବେ ଦୃଶ୍ୟମାନ ହେଲେ ନାହିଁ। ଆଉ ଶିଳ୍ପୀ ମୂର୍ତ୍ତି ଗୁଡିକ ଅଧା ଗଢି ଥିଲେ। ଶିଳ୍ପୀ ଆଉ ଥରେ ନ ମିଳିବାରୁ ସମସ୍ତ ମୂର୍ତ୍ତି ବଡ଼ ଦେଉଳରେ ପ୍ରତିଷ୍ଠା କରେଇ ଦିଆଗଲା ।ସେବେ ଠାରୁ ଶ୍ରୀମନ୍ଦିରରେ ଏହି ଅଧା ଗାଢ଼ ଦିଅଁ ପୂଜା ପାଉଛନ୍ତି।
କୁହାଯାଏ ବିଶ୍ୱାସ ରେ ଭଗବାନ ଥାଆନ୍ତି, ଆଉ ପ୍ରେମରେ ସବୁ ଠୁ ଅଧିକ ଶକ୍ତି ଥାଏ। ସେନେଇ ପୁରୀ କୁ ଛୁଟି ଆସନ୍ତି କେଉଁ କୋଣ ଅନୁକୋଣ ରୁ ଭକ୍ତ। ଏମାନେ କେବଳ କାଳିଆର ପ୍ରେମ ରେ ବିଶ୍ୱାସ କରନ୍ତି। ଆଉ ଏହି ଅଧା ଗଢା ଠାକୁରଙ୍କ ସାମ୍ନା ରେ ନିଜର ସମସ୍ତ ଦୁଃଖ ବଖାଣି ଥାଏ ଭକ୍ତ।












Click it and Unblock the Notifications