ଶ୍ରୀମନ୍ଦିର ପାଇଁ 154 କୋଟିର ବଜେଟ : ରାଜ୍ୟ ସରକାର ନେବେ ଶ୍ରୀଜିଉଙ୍କ ଦର୍ଶନ ନିଷ୍ପତି
ଶ୍ରୀମନ୍ଦିରର ଆୟ ବଢାଇବା ପାଇଁ ଅନଲାଇନ ଡୋନେସନର ବ୍ୟବସ୍ଥା କରାଯିବ । 2020-21 ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିରର 154 କୋଟି ଟଙ୍କାର ବଜେଟ୍କୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।
ପୁରୀ : ଶ୍ରୀମନ୍ଦିରର ଆୟ ବଢାଇବା ପାଇଁ ଅନଲାଇନ ଡୋନେସନର ବ୍ୟବସ୍ଥା କରାଯିବ । 2020-21 ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିରର 154 କୋଟି ଟଙ୍କାର ବଜେଟ୍କୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଆଜି ପୁରୀରେ ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା । ଏହି ବୈଠକର ଶେଷରେ ଏସମ୍ପର୍କରେ ସୂଚନା ମିଳିଛି । ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବୈଠକରେ ଆଲୋଚନା ହୋଇଥିବା ବେଳେ ଡିସେମ୍ବର 3ୟ ସପ୍ତାହ ସୁଦ୍ଧା ମନ୍ଦିର ଖୋଲିବା ନେଇ ପ୍ରଶାସନ ପ୍ରସ୍ତୁତ ହୋଇଯିବ । ହେଲେ ସରକାରଙ୍କ ନିଷ୍ପତି ପରେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର । ତେବେ ଏହା ପୂର୍ବରୁ ଏନେଇ ତିନି ଜଣଙ୍କ ସହ ଆଲୋଚନା କରାଯିବ ।

ଆଲୋଚନା ପାଇଁ କମିଟି ଗଠନ କରାଯାଇଛି । ଏହି କମିଟିରେ ପ୍ରଥମରେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସକ ଓ ଅନ୍ୟ ପ୍ରଶାସନିକ ସ୍ତରରେ ଅଧିକାରୀ ରହିବେ । ଏହି କମିଟି ଆଲୋଚନା କରି ନିଷ୍ପତି ନେବେ କେବେ କେଉଁ ସମୟରେ କାହାକୁ ଦର୍ଶନ ପାଇଁ ଛଡାଯିବ । ଦ୍ୱିତୀୟରେ ଛତିଶାନିଯୋଗ ସହ ଆଲୋଚନା ହେବ । ଦର୍ଶନ ଖୋଲିବା ସମୟରେ ସେମାନଙ୍କର ଆବଶ୍ୟକ ପଡିବ । ତେଣୁ ସେମାନଙ୍କର ସହଯୋଗ ନିଆଯିବ । ତୃତୀୟ ରାଜ୍ୟସରକାରଙ୍କ ସହ ଆଳୋଚନା ହେବ । ମନ୍ଦିର ଖୋଲିବା ନେଇ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ନିଷ୍ପତି ନିଆଯିବ । ମନ୍ଦିର ପ୍ରଶାସନ ମନ୍ଦିର ଖୋଲିବା ନେଇ ଡିସେମ୍ବର 3ୟ ସପ୍ତାହ ସୁଦ୍ଧା ପ୍ରସ୍ତୁତ ହୋଇଯିବ ବୋଲି ସେ କହିଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications