ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ଶ୍ରୀମନ୍ଦିର ପ୍ରଶାସନ
କଟକ: ଖୋଲିବ କି ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ଶ୍ରୀମନ୍ଦିର ପ୍ରଶାସନ । ତେବେ ଆବେଦନକାରୀଙ୍କୁ ଏ ସମ୍ପର୍କିତ କପି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଆବେଦନକାରୀଙ୍କୁ ମଧ୍ୟ ପ୍ରତି ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଗଷ୍ଟ ୧ରେ ଏନେଇ ପରବର୍ତ୍ତୀ ଶୁଣାଣି ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଛି ।

ଅନ୍ୟପଟେ ଶ୍ରୀମନ୍ଦିର ଜଗମୋହନ ମରାମତି କାମ ସମ୍ପୂର୍ଣ୍ଣ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରିଛି ଏଏସଆଇ । ସେହିପରି ନାଟ୍ୟମଣ୍ଡପ ମରାମତି କାମ ସାରିଥିବା ନେଇ କୋର୍ଟଙ୍କୁ ଅବଗତ କରିଛି ଏଏସଆଇ । ଦୀର୍ଘ ଦିନ ହେବ ଶ୍ରୀମନ୍ଦିରର ଜଗମୋହନ ଓ ନାଟମଣ୍ଡପର ମରାମତି କାମ ହେଉଥିଲା । ଏଏସଆଇର ତତ୍ତ୍ୱାବଧାନରେ ଏହି ମରାମତି କାମ ଚାଲିଥିଲା ।












Click it and Unblock the Notifications