ପୁରୀ ହାଜତ ମୃତ୍ୟୁ ମାମଲା: ବଦଳିଲେ ଏସପି ଅଖିଳେଶ୍ୱର ସିଂ
ବଦଳିଲେ ପୁରୀ ଏସପି ଅଖିଳେଶ୍ୱର ସିଂ । ପୁରୀ ହାଜତ ମୃତ୍ୟୁ ଘଟଣାରେ ଏହି ବଦଳି ହୋଇଥିବା କୁହଯାଇଛି ।
ଭୁବନେଶ୍ୱର: ବଦଳିଲେ ପୁରୀ ଏସପି ଅଖିଳେଶ୍ୱର ସିଂ । ପୁରୀ ହାଜତ ମୃତ୍ୟୁ ଘଟଣାରେ ଏହି ବଦଳି ହୋଇଥିବା କୁହଯାଇଛି । ତେବେ ଅଖିଳେଶ୍ବରଙ୍କୁ ବଦଳି କରାଯାଇ ହେଡକ୍ୱାର୍ଟର ଏସପି ଭାବେ ଅବସ୍ଥାପିତ କରାଯାଇ ଥିବାବେଳେ ସମ୍ବଲପୁର ଏସପି କେ. ବିଶାଳ ସିଂ ତାଙ୍କ ସ୍ଥାନରେ ଦାୟୀତ୍ବ ଗ୍ରହଣ କରିବେ ।

ତେବେ ଆଜି ବିଜେପି ଏହି ପ୍ରସଙ୍ଗରେ ଉଭୟ ଜାତୀୟ ମାନବାଧିକାର କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କୁ ଫେରାଦ ହୋଇଥିଲା । ଅନ୍ୟପଟେ ବିଭିନ୍ନ ମହଲରୁ ଚାପ ପଡ଼ିବାରୁ ଅଖିଳେଶ୍ବରଙ୍କୁ ବଦଳି କରାଯାଇଥିବା ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ, ଗତକାଲି ପୁରୀ ହାଜତ ମୃତ୍ୟୁ ଘଟଣାରେ ସାରା ଓଡିଶାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ପୁରୀରେ ୩୦ବର୍ଷୀୟ ଯୁବକ କେ. ରମେଶଙ୍କ ହାଜତରେ ମୃତ୍ୟୁ ହେବାପରେ ତାଙ୍କ ପରିବାରର ଅଜାଣତରେ ପୋଲିସ ଶବଦାହ କରିଦେଇଥିଲା। ଯାହାକୁ ନେଇ ଗତକାଲି ପୁରୀରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା।












Click it and Unblock the Notifications