ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ରିପୋର୍ଟକୁ ଅପେକ୍ଷା
ପୁରୀ: ଶେଷ ହେଲା ରତ୍ନଭଣ୍ଡାର ସର୍ଭେ । ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ଧରି ନିରୀକ୍ଷଣ ପରେ ଟିମ୍ ବାହାରକୁ ବାହାରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏଏସଆଇ ଓ ବିଶେଷଜ୍ଞ ଟିମ୍ ରତ୍ନଭଣ୍ଡାର ନିରୀକ୍ଷଣ କରିଥିଲେ । ସୁରୁଖୁରୁରେ ନିରୀକ୍ଷଣ କାର୍ଯ୍ୟ ଶେଷ ହୋଇଥିବା ଟିମ୍ ପ୍ରକାଶ କରିଛି । ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଆଜି ଦ୍ୱିତୀୟ ଦିନ ପାଇଁ ବୈଷୟିକ ସର୍ଭେ ଜାରି ରହିଥିଲା ।ଗତକାଲି ଠାରୁ ଆରମ୍ଭ ହେଇଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ ଆସନ୍ତାକାଲି ସରିବାର ଥିଲା।
ଆସନ୍ତା ୧୦ ଦିନ ମଧ୍ୟରେ ସର୍ଭେ ରିପୋର୍ଟ ଆସିବ। ରିପୋର୍ଟ ଆସିବା ପରେ ରତ୍ନଭଣ୍ଡାର ପାଇଁ କ'ଣ ଦରକାର ଅଛି, ସେନେଇ ପଦକ୍ଷେପ ନିଆଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ ରବିବାର ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି। ଗତକାଲି ପ୍ରଥମ ଦିନ ପେନିଟ୍ରେଟିଂ ସର୍ଭେରେ ପ୍ରାୟ ୩ ଘଣ୍ଟା ୫୦ ମିନିଟ୍ ଧରି ତନ୍ନତନ୍ନ କରି ଭିତର ଓ ବାହାର ରତ୍ନ ଭଣ୍ଡାରରେ ଯାଞ୍ଚ କରିଥିଲେ ଏନଜିଆରଆଇ ବୈଜ୍ଞାନିକ ।

ଶ୍ରୀମନ୍ଦିର ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି, ଏଆଇସିର ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ମିଳିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଏନ୍ଜିଆର ବୈଜ୍ଞାନିକ ମୁଖ୍ୟ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ବରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ ହୋଇଥିଲା। ତିନିଦିନ ପାଇଁ ଏହି କାର୍ଯ୍ୟକ୍ରମ ରଖାଯାଇଥିଲା। ଶନିବାର ଠାରୁ ଆରମ୍ଭ ହୋଇଥିବା ସର୍ଭେ ସୋମବାର ଦିନ ସରିଥାନ୍ତା। କିନ୍ତୁ ଏହା ପୂର୍ବରୁ ରବିବାର ଦିନ ସର୍ଭେ କାମ ସରିଛି।












Click it and Unblock the Notifications