ଆରମ୍ଭ ହେଲା ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଆରମ୍ଭ ହେଲା ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ବୈଠକ ଆରମ୍ଭରୁ ନୂତନ ସଦସ୍ୟଙ୍କୁ ସ୍ୱାଗତ କରାଯାଇଛି। ବୈଠକରେ ବିଭିନ୍ନ ସବକମିଟି ଗଠନ କରାଯିବ।

ଗତକାଲି ଛତିଶାନିଯୋଗରେ ହୋଇଥିବା ଚନ୍ଦ୍ର ଗ୍ରହଣ ନୀତିନିର୍ଘଣ୍ଟରେ ମୋହର ମରାଯିବ। ନାଟମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି, ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ, ଦିବ୍ୟାଙ୍ଗଙ୍କ ରାମ୍ପ ଯୋଗେ ଶ୍ରୀମନ୍ଦିର ପ୍ରବେଶ ଉପରେ ଆଲୋଚନା କରାଯିବ।

Puri Shree mandir s management committee

ସେହିପରି ରତ୍ନ ଅଳଙ୍କାର ଗଣତିମଣତି, ଅଦିନିଆ ରଥଯାତ୍ରା ପ୍ରସଙ୍ଗ, ଦୀଘା ଜଗନ୍ନାଥ ଧାମ୍ ପ୍ରସଙ୍ଗ ଓ ଶ୍ରୀମନ୍ଦିର ଭିତରେ ସ୍ତନ୍ୟପାନ ଗୃହ କାର୍ଯ୍ୟକ୍ଷମ ସମ୍ପର୍କରେ ଆଲୋଚନା ହେବ। ବୈଠକରେ ପୁରୀ ଜିଲ୍ଲାପାଳ,ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+