ଆସନ୍ତା 16ରୁ ଖୋଲିବ ଶ୍ରୀମନ୍ଦିର: ହେଲେ ମାନିବାକୁ ପଡିବ ଏହି ସବୁ ନିୟମ
ଆସନ୍ତା 16ରୁ ଖୋଲିବ ଶ୍ରୀମନ୍ଦିର । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆସନ୍ତା 16 ତାରିଖରେ ସୋମବାରରୁ ଖୋଲିବ ଶ୍ରୀମନ୍ଦିର ।
ପୁରୀ: ଆସନ୍ତା 16ରୁ ଖୋଲିବ ଶ୍ରୀମନ୍ଦିର । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆସନ୍ତା 16 ତାରିଖରେ ସୋମବାରରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ପାଞ୍ଚଦିନ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି ।

ଅର୍ଥାତ 16ରୁ 20 ତାରିଖ ପର୍ଯ୍ୟନ୍ତ କେବଳ ପୁରୀବାସୀମାନେ ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବେ । ପରେ 21 ଓ 22 ତାରିଖ ସଟଡାଉନ୍ ଥିବାରୁ ଭକ୍ତଙ୍କୁ ପୁରୀ ମନ୍ଦିର ମନା ହୋଇଛି । ଏହାପରେ 23 ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ ।
ମାନିବାକୁ ପଡିବ ଏହି ନିୟମ
ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ହେଲେ କିଛି ନିୟମ ମାନିବାକୁ ପଡିବ । ଏନେଇ ମନ୍ଦିରର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ସୂଚନା ଦେଇଛନ୍ତି । ଦର୍ଶନ ପାଇଁ ଡବଲ ଡୋଜ ଟିକା କିମ୍ବା RT-PCR ନେଗେଟିଭି ରିପୋର୍ଟ ଦେବାକୁ ପଡିବ । 96 ଘଣ୍ଟା ପୂର୍ବରୁ ଏହି RT-PCR ନେଗେଟିଭି ରିପୋର୍ଟ ଥିବା ଜରୁରୀ ଅଟେ । ସେହିପରି ସକାଳ 8ଟାରୁ ରାତି 8ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ରହିଛି । ସପ୍ତାହାନ୍ତ ସଟଡାଉନ୍ ଓ ଜନ୍ମଷ୍ଟମୀ ଦିନ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।












Click it and Unblock the Notifications