କାଲିଠୁ ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ, ସକାଳ ୬ରୁ ରାତି ୯ ଯାଏଖୋଲା ରହିବ ଶ୍ରୀମନ୍ଦିର
ଆସନ୍ତାକାଲିଠୁ ସାଧାରଣ ଲୋକଙ୍କ ଖୋଲିବ ପୁରୀ ଶ୍ରୀମନ୍ଦିର । ଶ୍ରଦ୍ଧାଳୁ କରିବେ ଜଗା ଦର୍ଶନ । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ଜାରି ହେଲା ନୂଆ ଏସଓପି । ସକାଳ ୬ଟାରୁ ରାତି ୯ଟା ଯାଏଁ ଭକ୍ତଙ୍କ ପାଇଁ ଖୋଲା ରହିବ ମନ୍ଦିର ।
ପୁରୀ: ଆସନ୍ତାକାଲିଠୁ ସାଧାରଣ ଲୋକଙ୍କ ଖୋଲିବ ପୁରୀ ଶ୍ରୀମନ୍ଦିର । ଶ୍ରଦ୍ଧାଳୁ କରିବେ ଜଗା ଦର୍ଶନ । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ଜାରି ହେଲା ନୂଆ ଏସଓପି । ସକାଳ ୬ଟାରୁ ରାତି ୯ଟା ଯାଏଁ ଭକ୍ତଙ୍କ ପାଇଁ ଖୋଲା ରହିବ ମନ୍ଦିର । ରବିବାର ଶ୍ରୀମନ୍ଦିର ବିଶୋଧନ ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଆରଟିପିସିଆର ନେଗେଟିଭ କିମ୍ବା ସମ୍ପୂର୍ଣ୍ଣ ଟିକାକରଣ ରିପୋର୍ଟ ବାଧ୍ୟତାମୂଳକ । କୋଭିଡ ପ୍ରମାଣପତ୍ର ଯାଞ୍ଚ ବ୍ୟବସ୍ଥା ୧୭ ତାରିଖ ପର୍ଯ୍ୟନ୍ତ ରହିବ ।

ସାନିଟାଇଜେସନ ପାଇଁ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରଦ୍ଧାଳୁମାନେ ସାଥିରେ ଆଧାର/ଭୋଟର କାର୍ଡ ସହ ଡବଲ ଡୋଜ୍ ଟିକା ସାର୍ଟିଫିକେଟ ଆଣିବା ଜରୁରି। ନଚେତ ୯୬ ଘଣ୍ଟା ମଧ୍ୟରେ ହୋଇଥିବା ଟେଷ୍ଟ ନେଗେଟିଭ ରିପୋର୍ଟ ଜରୁରୀ। ସବୁ ଶ୍ରଦ୍ଧାଳୁ ମାସ୍କ, ସାନିଟାଇଜର, ସାମାଜିକ ଦୂରତ୍ୱ ମାନିବା ବାଞ୍ଛନୀୟ ବୋଲି ଗାଇଡ୍ଲାଇନ୍ରେ ଲେଖାଯାଇଛି।
ଶ୍ରୀମନ୍ଦିର ଖୋଲିବା ନେଇ ଗତ ୨୮ ତାରିଖରେ ଘୋଷଣା କରିଥିଲେ ପୁରୀ ଜିଲ୍ଲାପାଳ। ପୂର୍ବପରି ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପୁରୀ ସହରବାସୀ ପ୍ରବେଶ କରିବେ। ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ବୋଲି ଜିଲ୍ଲାପାଳ କହିଥିଲେ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ଶ୍ରୀମନ୍ଦିରକୁ ବନ୍ଦ କରିଦିଆଯାଇଥିଲା। ସାଧାରଣ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିନଥିଲେ। ଏବେ କୋଭିଡ୍ ଆକ୍ରାନ୍ତ କମିବା ପରେ ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି।












Click it and Unblock the Notifications