ଦଶହରା ଓ କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତଙ୍କୁ ପୁରୀ ଶ୍ରୀମନ୍ଦିର ମନା
ଶ୍ରୀମନ୍ଦିର ପାଇଁ ଆସିଲା ନୂଆ ଏସଓପି । ପରିବର୍ତ୍ତିତ ଗାଇଡଲାଇନ୍ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତାକାଲିଠାରୁ ଲାଗୁ ହେବ ନୂଆ ପରିବର୍ତ୍ତିତ ମାର୍ଗଦର୍ଶିକା । ଦଶହରା ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନ
ପୁରୀ: ଶ୍ରୀମନ୍ଦିର ପାଇଁ ଆସିଲା ନୂଆ ଏସଓପି । ପରିବର୍ତ୍ତିତ ଗାଇଡଲାଇନ୍ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତାକାଲିଠାରୁ ଲାଗୁ ହେବ ନୂଆ ପରିବର୍ତ୍ତିତ ମାର୍ଗଦର୍ଶିକା । ଦଶହରା ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଭକ୍ତ। ଏହି ଦିନ ଗୁଡ଼ିକରେ ଶ୍ରୀମନ୍ଦିର ବନ୍ଦ ରହିବ। ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଏସ୍ଓପି ଜାରି କରାଯାଇଛି।

ସେହିପରି ଅକ୍ଟୋବର ଓ ନଭେମ୍ବରରେ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ ରହିବ। ଏହାସହ ଶ୍ରୀମନ୍ଦିର ପରିସରକୁ ପଲିଥିନ ନେବାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। ଶ୍ରୀମନ୍ଦିରକୁ ପଲିଥିନ ନେଲେ ଶହେ ଟଙ୍କା ଜରିମାନା ଲାଗିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି।
ସୂଚନାଯୋଗ୍ୟ, କରୋନା ସଂକ୍ରମଣ ପାଇଁ ପୂଜା ପର୍ବାଣୀରେ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଗଣେଶ ପୂଜାରେ ମଧ୍ୟ ଶ୍ରୀମନ୍ଦିର ବନ୍ଦ ରହିଥିଲା।












Click it and Unblock the Notifications