ଆଜି ୪ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ଦର୍ଶନ ଆରମ୍ଭର ୨ଦିନ ପରେ ଆଜି ୪ଘଣ୍ଟା ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଜଣାପଡ଼ିଛି। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ ମନ୍ଦିରକୁ ୪ଘଣ୍ଟା ବନ୍ଦ କରାଯିବ ବୋଲି ଜଣାପଡ଼ିଛି। ଅପରାହ୍ନ ୪ଟାରୁ ରାତି ୮ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ପୁରୀ: ଦର୍ଶନ ଆରମ୍ଭର ୨ଦିନ ପରେ ଆଜି ୪ଘଣ୍ଟା ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଜଣାପଡ଼ିଛି। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ ମନ୍ଦିରକୁ ୪ଘଣ୍ଟା ବନ୍ଦ କରାଯିବ ବୋଲି ଜଣାପଡ଼ିଛି। ଅପରାହ୍ନ ୪ଟାରୁ ରାତି ୮ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଭାଦ୍ରବ କୃଷ୍ଣ ତୃତୀୟା ତିଥିରେ ଅନୁଷ୍ଠିତ ହେବାକୁ ଥିବା ଏହି ନୀତି ଦ୍ଵିତୀୟ ଭୋଗମଣ୍ଡପ ଭୋଗ ସମ୍ପନ୍ନ ପରେ ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ସମ୍ପାଦିତ ହେବ।

Shree Mandir

ଆଜି ଦ୍ୱିତୀୟ ‌ଭୋଗମଣ୍ଡପରେ ଶ୍ରୀଜିଉଙ୍କର ଶ୍ରୀମୁଖ ସିଂହାର ନୀତି କରାଯିବ। ଏହି ଗୁପ୍ତ ନୀତି ପାଇଁ ଶ୍ରୀମନ୍ଦିରକୁ ୪ଘଣ୍ଟା ବନ୍ଦ କରାଯିବ । ଏହାପରେ ଆସନ୍ତାକାଲି ସକାଳ ୭ଟାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇବେ। ଆଜି ସର୍ବସାଧାରଣ ଦର୍ଶନର ତୃତୀୟ ଦିନରେ ପହଂଚିଥିବା ବେଳେ ୪ଘଣ୍ଟା ଦର୍ଶନ ବନ୍ଦ ହେଲେ ବହୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବାରୁ ବଂଚିତ ହେବେ।

ସୂଚନାଯୋଗ୍ୟ, କରୋନା କଟକଣା ହଟିବା ପରେ ସୋମବାର ସର୍ବସାଧାରଣଙ୍କ ପାଇଁ ଖୋଲିଥିଲା ଶ୍ରୀମନ୍ଦିର। ପ୍ରାୟ ଚାରି ମାସ ପରେ ସୋମବାରଠାରୁ କାଳିଆ ଦର୍ଶନ କରିବାର ସୁଯୋଗ ପାଇଥିଲେ ସମସ୍ତ ଶ୍ରଦ୍ଧାଳୁ। ତେବେ ସୋମବାର ପ୍ରାୟ ୧୦ ହଜାର ଭକ୍ତ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ତେବେ ୯୬ ଘଣ୍ଟାର କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଅବା ଡବଲ୍‌ ଡୋଜ୍‌ ଟିକା ପ୍ରମାଣପତ୍ର ସାଙ୍ଗରେ ଆଣି ନଥିବାରୁ କିଛି ଶ୍ରଦ୍ଧାଳୁ ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବାକୁ ପଡ଼ିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+