ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା : ୪ ଜେଟିପିଙ୍କୁ କାରଣ ଦର୍ଶାଅ ନୋଟିସ
ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ୪ ଜେଟିପି (ଜଗନ୍ନାଥ ଟେମ୍ପଲ ପୋଲିସ )ଙ୍କୁ ସିଂହ ଦ୍ୱାରା ଥାନା ପୋଲିସ ଡାକି ପଚରାଉଚରା କରିଛି। ଚୁଲି ଭଙ୍ଗା ଦିନ ୪ ଜେଟିପିଙ୍କ ମଧ୍ୟରୁ ଜଣେ ବାଟଅଗଣା ଓ ନାଟମଣ୍ଡପ ଦାୟିତ୍ୱରେ ଥିଲେ।
ପୁରୀ: ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ୪ ଜେଟିପି (ଜଗନ୍ନାଥ ଟେମ୍ପଲ ପୋଲିସ )ଙ୍କୁ ସିଂହ ଦ୍ୱାରା ଥାନା ପୋଲିସ ଡାକି ପଚରାଉଚରା କରିଛି। ଚୁଲି ଭଙ୍ଗା ଦିନ ୪ ଜେଟିପିଙ୍କ ମଧ୍ୟରୁ ଜଣେ ବାଟଅଗଣା ଓ ନାଟମଣ୍ଡପ ଦାୟିତ୍ୱରେ ଥିଲେ। ଅନ୍ୟ ୩ ଜଣ ଜେଟିପି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ନେଇ ବାହାରେ ଛାଡ଼ିଥିଲେ। ଗତ ୨ ତାରିଖ ରାତି ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଥିଲା । ଉକ୍ତ ରାତି ୧୦ଟାରୁ ସକାଳ ପର୍ଯ୍ୟନ୍ତ ଏହି ୪ ଜେଟିପି ଦାୟିତ୍ୱରେ ଥିଲେ।

ଏମାନଙ୍କର ରାତି ଡ୍ୟୁଟି ଥିଲେ ବି କେମିତି ଦୁର୍ବୃତ୍ତ ପଶି କାଣ୍ଡ ଘଟାଇଲେ, ଜବାବ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରାତି ୧୦ଟାରୁ ସକାଳ ପର୍ଯ୍ୟନ୍ତ ଏହି ଚାରି ଜେଟିପିଙ୍କ ଡ୍ୟୁଟି ଥିଲା ବେଳେ ରୋଷ ଘରେ ପଶି ଚୁଲି ଭାଙ୍ଗିଥିଲେ ଦୁର୍ବୃତ୍ତ ।
ଏହି ସମୟରେ ଜଣେ ଦୁର୍ବୃତ୍ତ ଝାଳ ଗମଗମ ହୋଇ ରୋଷଘରକୁ ପ୍ରବେଶ କରୁଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ଜଣାପଡୁଛି । ତେବେ କଡା ସୁରକ୍ଷା ବ୍ୟବସ୍ଥା ସତ୍ୱେ କିଭଳି ଏହି ଦୁର୍ବୃତ୍ତ ରୋଷଘରେ ପ୍ରବେଶ କଲା । ଆଉ ଚୁଲି ଭାଙ୍ଗିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହି ଦୁର୍ବୃତ୍ତ ଜଣଙ୍କ କିଏ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ସୂଚନାଥାଉ କି, ରବିବାର ରାତିରେ ଶ୍ରୀମନ୍ଦିର ରୋଷଶାଳାରେ ୮୦ରୁ ଅଧିକ ଚୁଲି ଭାଙ୍ଗି ଦିଆଯାଇଥିଲା। ଯେଉଁଥିପାଇଁ ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତିରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ମହାପ୍ରଭୁଙ୍କ ନୀତିକାନ୍ତିରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଥିଲା।












Click it and Unblock the Notifications