ଭଲ ଲାଗିଲନା ବୋଲି ଶ୍ରୀମନ୍ଦିର ରୋଷଘର ଚୁଲା ଭଙ୍ଗିଦେଲା ଜେ ମହାପାତ୍ର

ନିଜକୁ ଭଲ ଲାଗିଲନା ବୋଲି ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗି ଅଭିଯୁକ୍ତ ଜଣକ ନିଜର ଦୋଷ ସ୍ୱୀକାର କରିଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି କନଓ୍ୱର ବିଶାଲ ସିଂ ।

ପୁରୀ: ପୁରୀ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତି ଜେ ମହାପାତ୍ର ବୋଲି ଜଣାପଡିଛି । ବ୍ୟକ୍ତି ଜଣକ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆପଡା ଅଞ୍ଚଳର । ନିଜକୁ ଭଲ ଲାଗିଲନା ବୋଲି ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗି ଅଭିଯୁକ୍ତ ଜଣକ ନିଜର ଦୋଷ ସ୍ୱୀକାର କରିଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି କନଓ୍ୱର ବିଶାଲ ସିଂ ।

Puri SP

ଘଟଣା ଦିନ ଜେ. ମହାପାତ୍ର ମନ୍ଦିରକୁ ଆସିଥିଲେ ଏବଂ ବୁଲିଥିଲେ। ନିଜକୁ ଭଲ ନଲାଗିବାରୁ ରୋଷ ଘରେ ପଶି ଚୁଲି ଭାଙ୍ଗିଥିବା କଥା ସେ କହିଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୁରୀ ଏସ୍‌ପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି। ସିସିଟିଭି ଆଧାରରେ ସମ୍ପୃକ୍ତ ସନ୍ଦିଗ୍ଧ ଧରାପଡ଼ିବା ପରେ ଏସ୍‌ପି ଏହି ସୂଚନା ଦେଇଛନ୍ତି । ତଦନ୍ତ ଚାଲିଥିବାରୁ ସମ୍ପୂର୍ଣ୍ଣ ପରିଚୟ ଗୋପନ ରଖାଯାଇଛି। ଅଭିଯୁକ୍ତର ମାନସିକ ସ୍ଥିତି ଯାଞ୍ଚ ଲାଗି ବିଶେଷଜ୍ଞଙ୍କ ସହାୟତା ନିଆଯିବ ବୋଲି ପୁରୀ ଏସ୍‌ପି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨ ତାରିଖ ବିଳମ୍ବିତ ରାତିରେ ମହାଲକ୍ଷ୍ମୀଙ୍କ ରୋଷଘରେ ପଶି ୪୦ରୁ ଅଧିକ ଚୁଲି ଭଙ୍ଗା ଯାଇଥିଲା । ଘଟଣା ଜଣାପଡିବା ପରେ ଖୋଳତାଡ ହୋଇଥିଲା । ସିସିଟିଭି ଫୁଟେଜରୁ ଚିହ୍ନଟ ହୋଇଥିଲା ସନ୍ଦିଗ୍ଧର ଚେହେରା । ସିସିଟିଭିରୁ ସନ୍ଦିଗ୍ଧ ଫଟୋ ବାହାର କରି ବିଭିନ୍ନ ସ୍ଥାନରେ ଖୋଜିଥିଲା ପୋଲିସ ।

ତେବେ ପୁରୀ ଏସ୍‌ପିଙ୍କ ଏହି ବିବୃତ୍ତି ପରେ ଏବେ ଜଗନ୍ନାଥ ପ୍ରେମୀଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଜଣକୁ ଭଲ ଲାଗିଲା ନାହିଁ ବୋଲି ଶ୍ରୀମନ୍ଦିର ରୋଷଶାଳାର ଚୁଲି ଭାଙ୍ଗି ଦେବା ଘଟଣାରେ କେତେ ସତ୍ୟତା ରହିଛି । ଯଦି ପୁରୀ ଏସ୍‌ପିଙ୍କ କଥା ସତ ହୋଇଥାଏ, ତେବେ ଏଠାରେ ପ୍ରଶ୍ନ ଉଠୁଛି...

  • ଶ୍ରୀମନ୍ଦିରରେ କଡା ସୁରକ୍ଷା ସତ୍ତ୍ୱେ ରୋଷ ଘରେ ସମ୍ପୃକ୍ତ ବ୍ୟକ୍ତି ଜଣକ କେମିତି ପଶିଲା ?
  • ଏତେ ଚୁଲି ଭାଙ୍ଗି ନିରାପଦରେ ଖସିଲା କେମିତି ?
  • ବିଳମ୍ବିତ ରାତି ଯାଏ ବ୍ୟକ୍ତି ଜଣକ ଶ୍ରୀମନ୍ଦିରରେ ରହିଲା କେମିତି ?
  • କେଉଁ ହତିଆର ବ୍ୟବହାର କରି ଅଭିଯୁକ୍ତ ଜଣଙ୍କ ଚୁଲା ଭାଙ୍ଗିବାରେ ସକ୍ଷମ ହେଲା ?
  • ହତିଆରକୁ ସେ ସାଙ୍ଗରେ ନେଇ ଯାଇଥିଲା ନା ମନ୍ଦିର ଭିତରେ ଥିଲା ?
  • ପୋଲିସ ସେହି ହତିଆରକୁ ଜବତ କରିପାରିଛି କି ?
  • କ'ଣ ଢିଲା ଥିଲା କି ସୁରକ୍ଷା ବ୍ୟବସ୍ଥା ?
  • କେମିତି ଜାଣିପାରିଲେନି ସୁରକ୍ଷାକର୍ମୀ ?
  • କ'ଣ କରୁଥିଲେ ଦାୟିତ୍ୱରେ ଥିବା କର୍ମଚାରୀ ?
  • ଅନ୍ୟକିଛି ବିବାଦକୁ ଲୁଚାଇବା ପାଇଁ ଏମିତି ଏକ ନାଟକ କରାଯାଉଛି କି ?

ତେବେ ଏହି ସବୁ ପ୍ରଶ୍ନକୁ ନେଇ ଏବେ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+