ଶ୍ରୀମନ୍ଦିର ରୋଷଘରେ ୮୦ରୁ ଅଧିକ ଚୁଲା ଭାଙ୍ଗିଦେଲେ ଦୁର୍ବୃତ୍ତ

ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ରୋଷ ଘରେ ଚୁଲି ଭାଙ୍ଗିଦେଲେ ଦୁର୍ବୃତ । ଗୋଟିଏ କି ଦୁଇଟି ନୁହେଁ ୮୦ରୁ ଅଧିକ ଚୁଲା ଭଙ୍ଗାରୁଜା ହୋଇଛି ।

ପୁରୀ: ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ରୋଷ ଘରେ ଚୁଲି ଭାଙ୍ଗିଦେଲେ ଦୁର୍ବୃତ । ଗୋଟିଏ କି ଦୁଇଟି ନୁହେଁ ୮୦ରୁ ଅଧିକ ଚୁଲା ଭଙ୍ଗାରୁଜା ହୋଇଛି । ଶ୍ରୀମନ୍ଦିର ରୋଷ ଘରେ ଥିବା କୋଠଭୋଗ, ସାତପୁରି, ପିଠାଗଢ଼ା, ଥାଳିଆଡ଼ ଭଳି ଥିବା ବିଭିନ୍ନ ଚୁଲାକୁ କେହି ଭାଙ୍ଗି ଦେଇଛନ୍ତି । ଆଜି ସକାଳୁ ୮୦ରୁ ଅଧିକ ଚୁଲା ଭଙ୍ଗାରୁଜା ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଫଳରେ ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Puri Shree Mandir

ପରସ୍ପର ଭିତରେ ଶତ୍ରୁତା କାରଣରୁ ଜଗନ୍ନାଥଙ୍କ ରୋଷ ଘର ଚୁଲା ସେବାୟତ ଭାଙ୍ଗି ଦେଇଥିବା ସୂଚନା ମିଳିଛି । ପୁରୀ ଶ୍ରୀମନ୍ଦିରରୁ ଆସିଥିବା ଏଭଳି ସାଂଘାତିକ ଖବର ଏବେ ଭକ୍ତ ମହଲରେ ଅସନ୍ତୋଷ ବଢାଉଛି । ସେପଟେ ରୋଷଘରେ ଭଙ୍ଗା ଘଟଣାକୁ ନେଇ ପୁରୀ ଜିଲ୍ଲାପାଳ ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିରକୁ ଯାଇ ସ୍ଥିତି ପରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+