Puri Shree Mandir: ଯୁଦ୍ଧକାଳୀନ ଭିତ୍ତିିରେ ମେଘନାଥ ପାଚେରୀ ମରାମତି ଆରମ୍ଭ

ଐତିହ୍ୟ ମେଘନାଦ ପାଚେରିରେ ଫାଟ ନେଇ ଖବର ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସ୍‌ଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଯୁଦ୍ଧକାଳୀନ ଭିତ୍ତିିରେ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅଣ୍ଟା ଭିଡ଼ିଛି ।

ଶ୍ରୀମନ୍ଦିର ପ୍ରଶାସନ ଏଏସ୍‌ଆଇ ସହ ସହଯୋଗ ରକ୍ଷାକରି ଶ୍ରୀମନ୍ଦିର ପ୍ରଶାସନର ୱାର୍କସ୍‌ ଡିପାର୍ଟମେଣ୍ଟ ତରଫରୁ ପ୍ରାରମ୍ଭିକ ପର୍ଯ୍ୟାୟରେ କାମ ଆରମ୍ଭ ହୋଇଛି।

ବର୍ତ୍ତମାନ ମେଘନାଦ ପାଚେରି ବିପଦରେ ରହିଥିବା କହିଲେ ଅତ୍ୟୁକ୍ତି ହେବନାହିଁ। ଅନେକ ବର୍ଷ ହେବ ପାଚେରିରେ ଫାଟ ସୃଷ୍ଟିହୋଇ ପାଣି ଗଳି ଶିଉଳି ସୃଷ୍ଟି ହୋଇଥିଲା।

ଶ୍ରୀମନ୍ଦିର ପ୍ରଶାସନ ଜାଣି ମଧ୍ୟ କାର୍ଯ୍ୟ ନ କରି ଅଣଦେଖା କରିଆସୁଥିଲା, ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ଦେଢ଼ବର୍ଷ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନକୁ ଏଏସ୍‌ଆଇ ପକ୍ଷରୁ ଆନନ୍ଦବଜାର ଡ୍ରେନେଜ୍‌ରେ ସୁଧାର ପାଇଁ ଅବଗତ କରାଯାଇଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ନ ଥିଲା।

Renovation of Meghnath pacheri

ମଝିରେ ମଝିରେ ଡ୍ରେନ୍‌ ସଫା କରାଯାଇ କାର୍ଯ୍ୟ ଶେଷ କରୁଥିଲେ ମଧ୍ୟ ସ୍ଥାୟୀ ମରାମତି କରାଯାଉ ନ ଥିଲା। ଫଳରେ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିଲା। ପାଚେରିର ଅନେକ ସ୍ଥାନରେ ଛୋଟ ଛୋଟ ଗର୍ତ୍ତ ସୃଷ୍ଟି ହୋଇ ପାଣି ଗଳୁଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରବିବାର କାନ୍ଥରୁ ଶିଉଳି ଛଡ଼ାଯାଇଥିଲା। ସୋମବାର ପ୍ରାରମ୍ଭିକ ପର୍ଯ୍ୟାୟରେ ଏଏସ୍‌ଆଇ ସହ ସହଯୋଗ ରକ୍ଷାକରି ଶ୍ରୀମନ୍ଦିର ପ୍ରଶାସନର ୱାର୍କ୍ସ ଡିପାର୍ଟମେଣ୍ଟ ବାଉଁଶଭାରା ବାନ୍ଧି କାର୍ଯ୍ୟ ଆରମ୍ଭ କରିଛି। ପ୍ରାରମ୍ଭିକ ପ୍ରକ୍ରିୟା ଅନୁଯାୟୀ ଜଏଣ୍ଟ ସିଲିଂ କାମ କରାଯାଉଛି। ଆନନ୍ଦବଜାର ଡ୍ରେନେଜ୍‌କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ସଫା କରାଯିବ। ଅତୀତର ଭୁଲ୍‌ ଯୋଗୁ ଏଭଳି ଘଟିଥିବା ଆଇନ ମନ୍ତ୍ରୀ କହିଥିବା ବେଳେ ପରିକ୍ରମା ପ୍ରକଳ୍ପ ପାଇଁ ଉଚ୍ଛେଦ ଓ ଖନନ ସମୟରେ ବ୍ୟବହୃତ ମେଶିନ ପ୍ରଭାବରୁ ମେଘନାଦ ପାଚେରି ଉପରେ ପ୍ରଭାବ ପଡ଼ିଛି ବୋଲି ବୁଦ୍ଧିଜୀବୀ, ସେବାୟତ ଓ ସାଧାରଣ ଲୋକେ ଅଭିଯୋଗ କରିଛନ୍ତି।

ଏନେଇ ଏଏସ୍‌ଆଇ ଆସିଷ୍ଟାଣ୍ଟ କଞ୍ଜରଭେଟର ଜ୍ୟୋତିରଞ୍ଜନ ପ୍ରଧାନ କହିଛନ୍ତି, ଆନନ୍ଦବଜାରରେ ଥିବା ଡ୍ରେନ୍‌ରେ କୌଣସି କାରଣରୁ ଫାଟ ହୋଇଯାଇଥିବାରୁ ପାଣି ସୋକ୍‌ କରି ପୋଚେରି ଦେଇ ବାହାରୁଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଅଗଷ୍ଟରେ ଚିଠି ମାଧ୍ୟମରେ ସୂଚନା ଦିଆଯାଇଥିଲା। ଡ୍ରେନ୍‌ କାର୍ଯ୍ୟ କରାଯିବା ନେଇ ମଧ୍ୟ ଉଲ୍ଲେଖ କରାଯାଇଥିଲା। ବର୍ତ୍ତମାନ ଶ୍ରୀମନ୍ଦିର ପ୍ରଶାସନର ୱାର୍କ୍ସ ଡିପାର୍ଟମେଣ୍ଟ ସହ ସହଯୋଗ ରଖାଯାଇ ପାଚେରି ସଫା କରାଯାଉଛି। ଆନନ୍ଦବଜାରରେ ଡ୍ରେନେଜ୍‌ ସିଷ୍ଟମରେ ସୁଧାର ଆଣିବାର ଆବଶ୍ୟକତା ରହିଛି। ଆନନ୍ଦବଜାରରେ ଗହଳିହେଲେ ପାଣି ବ୍ୟବହାର ବଢ଼ିବା ସହ ନିଷ୍କାସନ ଠିକ୍‌ ଭାବରେ ହୋଇପାରୁ ନ ଥିବାରୁ ଏହା କାନ୍ଥରେ ସୋକ୍‌ କରୁଛି। ଡ୍ରେନ୍‌ କାର୍ଯ୍ୟ ହୋଇଗଲେ ପାଣି ଗଳିବା ସମସ୍ୟା ହେବନାହିଁ ବୋଲି କହିଛନ୍ତି। ଅପରପକ୍ଷରେ ଅତୀତରେ ହୋଇଥିବା ଡ୍ରେନ୍‌କୁ ପରିବର୍ତ୍ତନ କରି ପିଭିସି କିମ୍ବା କଂକ୍ରିଟ୍‌ର ଡ୍ରେନେଜ୍‌ ସିଷ୍ଟମ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+