For Quick Alerts
Turn On Notification  
For Daily Alerts
Oneindia App Download

ଚନ୍ଦ୍ରଗ୍ରହଣ: ଚୁଡାନ୍ତ ହେଲ ଶ୍ରୀମନ୍ଦିରର ନୀତିକାନ୍ତି, ସକାଳ ୫ଟା ୫୪ରୁ ପାକତ୍ୟାଗ

ଆସନ୍ତା ୮ତାରିଖରେ ପଡୁଥିବା ଚନ୍ଦ୍ରଗ୍ରହଣ ଦିନ ପାକତ୍ୟାଗ ନୀତିକୁ ନେଇ ଦୂର ହେଲା ଦ୍ୱନ୍ଦ୍ୱ । ସେହିଦିନ ସକାଳ ୫ଟା ୫୪ ମିନିଟ ୫୩ ସେକେଣ୍ଡରୁ ହେବ ପାକତ୍ୟାଗ । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ହେଲା ନୀତି ନିର୍ଦ୍ଧାରଣ ।

|

ପୁରୀ: ଆସନ୍ତା ୮ତାରିଖରେ ପଡୁଥିବା ଚନ୍ଦ୍ରଗ୍ରହଣ ଦିନ ପାକତ୍ୟାଗ ନୀତିକୁ ନେଇ ଦୂର ହେଲା ଦ୍ୱନ୍ଦ୍ୱ । ସେହିଦିନ ସକାଳ ୫ଟା ୫୪ ମିନିଟ ୫୩ ସେକେଣ୍ଡରୁ ହେବ ପାକତ୍ୟାଗ । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ହେଲା ନୀତି ନିର୍ଦ୍ଧାରଣ । ଗ୍ରହଣ ସର୍ବମୋକ୍ଷ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ହେବ । ତେବେ ଦେବନୀତି ଓ ଡଙ୍ଗା ଭସାଣ ଭୋର ୫ଟା ୫୪ ପୂର୍ବରୁ କରିବାକୁ ପରାମାର୍ଶ ଦିଆଯାଇଛି ।

Lunar Eclipse

ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ହେବ ସ୍ବତନ୍ତ୍ର ରୀତିନୀତି ଅନୁଷ୍ଠିତ ହେବ । ନୀତି ନିର୍ଘଣ୍ଟ ଅନୁସାରେ, ୭ ତାରିଖ ରାତି ୧୨ଟା ୧୦ରୁ ଦ୍ବାରଫିଟା ହେବ । ପରେ ମଙ୍ଗଳ ଆଳତି, ମଇଲମ, ଅବକାଶ ପୂଜା ଅନୁଷ୍ଠିତ ହେବ । ରାତି ୨ଟା ୩୦ ସୁଦ୍ଧା ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜଧିରାଜ ବେଶ ସରିବ । ସୁନାବେଶ ପରେ ଗୋପାଳବଲ୍ଲଭ ଭୋଗମଣ୍ଡପ ନୀତି ଅନୁଷ୍ଠିତ ହେବ । ସକାଳ ୫ଟା ୫୦ ସୁଦ୍ଧା ଭୋଗମଣ୍ଡପ ଶେଷ କରିବାକୁ ନିଷ୍ପତି ହୋଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି, ପୂର୍ବ ରାତି ପହୁଡରୁ ପରଦିନ ନୀତି ସରିବା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ଦିନ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ , ଗ୍ରହଣ ଭୋଗନୀତି ହୋଇ ଅନ୍ୟାନ୍ୟ ନୀତି ହେବ ।

Shree Mandir

ସେହିପରି ଆସନ୍ତା ୪ରୁ ପଞ୍ଚୁକ ଆରମ୍ଭ ହେଉଥିବାରୁ ଶ୍ରୀମନ୍ଦିର ନୀତି କାନ୍ତି କିପରି ଶୃଙ୍ଖଳିତ ଭାବେ ହୋଇପାରିବ ସେନେଇ ସମସ୍ତ ନିଯୋଗକୁ ଅନୁରୋଧ କରାଯାଇଛି । ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ଯାଳୟରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ଶ୍ରୀମନ୍ଦିର ନୀତିକାନ୍ତି ନେଇ ବିବାଦ ଦେଖା ଦେଇଥିଲା । ଜ୍ୟୋତିର୍ବିତ୍ ମାନେ ସୂର୍ଯ୍ୟୋଦୟ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ବୋଲି କହିଥିଲେ । ଶ୍ରୀମନ୍ଦିର ପ୍ରଶାସନ କିନ୍ତୁ ସକାଳ ୮ଟା ୨୯ରେ ପାକତ୍ୟାଗ, ଦେବନୀତି ନିଷେଧ ବୋଲି ନୀତିକାନ୍ତିରେ ଉଲ୍ଲେଖ କରିଥିଲା । ଏହାକୁ ନେଇ ବିବାଦ ଦେଖାଯିବା ପରେ ନିଷ୍ପତ୍ତିରେ ପରବର୍ତ୍ତନ କରିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Puri Shree Mandir Nitikanti Change For Lunar Eclipse 2022
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X