ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ପୁରୀ: ରଥଯାତ୍ରାକୁ ସୁରୁଖୁରୁରେ କରିବାକୁ ଆଜି ବସୁଛି ପରିଚାଳନା କମିଟି ବୈଠକ । ନୀଳାଦ୍ରି ଭକ୍ତ ନିବାସରେ ବୈଠକ ବସିବ । ରଥଯାତ୍ରାକୁ ସୁରୁଖୁରୁରେ କରିବାକୁ ଆଜି ବସୁଛି ପରିଚାଳନା କମିଟି ବୈଠକ ।
ତେବେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବଜେଟ, ରଥ ଯାତ୍ରାର ନୀତିକାନ୍ତିକୁ ଅନୁମୋଦନ କରାଯିବ । ସେହିପରି ଦେବସ୍ନାନ ପୂର୍ଣ୍ଣିମା ବିଷୟରେ ସମୀକ୍ଷା କରାଯିବା ନେଇ ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ବୈଠକରେ ଉପସ୍ଥିତ ରହିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସପିଙ୍କ ସମେତ ପରିଚାଳନା କମିଟି ସଦସ୍ୟ ।

ସେହିପରି ପୁରୀ ରଥଯାତ୍ରା ପାଇଁ ମଙ୍ଗଳବାର ଦିନ ତୃତୀୟ ତଥା ଅନ୍ତିମ ସମନ୍ୱୟ ବୈଠକ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବୈଠକରେ ଭର୍ଚୁଆଲ୍ ମାଧ୍ୟମରେ ଅଧ୍ୟକ୍ଷତା କରିବେ । ବିଭିନ୍ନ ବିଭାଗର ମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ରଥଯାତ୍ରା ପ୍ରସ୍ତୁତି ନେଇ ନିଜର ମତ ରଖିବେ ।
ସେପଟେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ହୋଇ ଅନବସର ତାଟି ଘରେ ଚାଲିଛି ମହାପ୍ରଭୁଙ୍କ ଚିକିସା । ଦଇତାପତି ସେବାୟତ ମାନେ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି କରିବା ପରେ ଧୀରେଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ମହାପ୍ରଭୁଙ୍କୁ ସୁସ୍ଥ କରିବା ଲାଗି ସୁଦ୍ଧସୁଆରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଔଷଧ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଲାଗି କରାଯାଉଛି ।












Click it and Unblock the Notifications