ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ, ଅଭିଯୁକ୍ତ ଆକାଶ ନାଁରେ ଏତଲା
ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବିଜେ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ୍ ଘଟଣାରେ ଥାନାରେ ଦିଆଯାଇଛି ଏତଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଦିଆଯାଇଛି ଏତଲା।
ପୁରୀ: ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବିଜେ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ୍ ଘଟଣାରେ ଥାନାରେ ଦିଆଯାଇଛି ଏତଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଦିଆଯାଇଛି ଏତଲା। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି.ଏସ.ଚନ୍ଦ୍ର ଶେଖର ରାଓ ଏହି ଏତଲା ଦେଇଛନ୍ତି।

ଖବର ଅନୁଯାୟୀ, ଆକାଶ ଚୌଧୁରୀ ନାମକ ଜଣେ ବ୍ୟକ୍ତି ତାଙ୍କ ଫେସବୁକ ଆକାଉଣ୍ଟରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ କରିଥିଲେ । ଏହି ଫଟୋ ଜଗମୋହନ ଭିତରକାଠ ନିକଟରୁ ଦର୍ଶନ ସମୟର ଉଠାଯାଇଥିବା ଜଣାପଡ଼ିଛି । ଅବକାଶ ନୀତି ସମୟରେ ଏହି ଫଟୋ ନିଆଯାଇଛି । ଯାହାପରେ ବିବାଦ ଦେଖାଯାଇ ଥିଲା । ବିଭିନ୍ନ ମହଲରୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ଉଠିଥିଲା ।
ଆକାଶ ଚୌଧୁରୀ ଫେସ୍ବୁକ୍ରେ ଏହି ଫଟୋ ପୋଷ୍ଟ କରି ଲେଖିଥିଲେ, ବେଙ୍ଗଲିରେ ଆମାର ଜୀବନେର୍ ଆଜକେର୍ ଏହି ମୁହୂର୍ତ୍ତଟି କୋନଦିନ ଭୁଲବ୍ ନା । ଆଜ୍ ପୁରୀର୍ ଜଗନ୍ନାଥ ଦେବେରେ୍ ଦର୍ଶନ ହେଲା। ଏହାର ଅର୍ଥ- ମୋ ଜୀବନର ଆଜିର ଏହି ମୁହୂର୍ତ୍ତଟି କୌଣସି ଦିନ ଭୁଲିବି ନାହିଁ। ଆଜି ପୁରୀର ଜଗନ୍ନାଥ ଦେବଙ୍କ ଦର୍ଶନ ପାଇଲି।
ଆକାଶ ସୋଶାଲ ମିଡିଆରୁ ଏହି ଫଟୋ ଗୁଡ଼ିକୁ ଡିଲିଟ୍ କରି ଦେଇଥିବା ଜଣାପଡ଼ିଛି । ତେବେ ପ୍ରଶ୍ନ ଉଠୁଛି, ସେ ଫଟୋ ଉଠାଇଲେ କେମିତି ? ମୋବାଇଲ ବା କ୍ୟାମେରା ଧରି ସେ ଶ୍ରୀମନ୍ଦିର ଭିତରକୁ ଗଲେ କେମିତି ? କେହି କେମିତି ଜାଣିପାରିଲେ ନାହିଁ ?












Click it and Unblock the Notifications