Get Updates
Get notified of breaking news, exclusive insights, and must-see stories!

ଆସିଲ ଶ୍ରୀମନ୍ଦିର ଦର୍ଶନ ଏସଓପି: ପୁରୀବାସୀଙ୍କ ପାଇଁ କେବଳ ଆଧାରକାର୍ଡ, ବାହାର ଲୋକଙ୍କ ପାଇଁ ଡବଲ ଡୋଜ୍ ଟିକା ବାଧ୍ୟତାମୂଳକ

ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ପାଇଁ ଆସିଲା ଏସଓପି । ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ । ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏସ୍ଓପି ଅନୁଯାଇ ।

ଭୁବନେଶ୍ବର: ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ପାଇଁ ଆସିଲା ଏସଓପି । ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ । ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏସ୍ଓପି ଅନୁଯାଇ । ପ୍ରଥମେ ମହାପ୍ରଭୁଙ୍କ ଦର୍ଶନର ଲାଭ ଉଠାଇ ପାରୁଥିବା ପୁରୀବାସୀଙ୍କ ପାଇଁ କେବଳ ଅଧାରକାର୍ଡ କିମ୍ବା ଭୋଟର କାର୍ଡ ଜରୁରୀ । ମାତ୍ର ବାହାର ଲୋକଙ୍କ ପାଇଁ ୬ ଘଣ୍ଟା ପୂର୍ବର ଆରଟିପିସିଆର ରିପୋର୍ଟ କିମ୍ବା ଦୁଇଟି ଡୋଜ ଟିକା ନେଇଥିବାର ପ୍ରମାଣ ପତ୍ର ବାଧ୍ୟତାମୂଳକ ।

Shree Mandir

କରୋନାର ଦ୍ୱିତୀୟ ଲହର ଯୋଗୁ ଦୀର୍ଘଦିନ ଧରି ବନ୍ଦ ରହିଥିବା ବେଳେ ଆସନ୍ତା ୨୩ ତାରିଖରୁ ସର୍ବସାଧାରଣଙ୍କ ନିମନ୍ତେ ମନ୍ଦିର ଖୋଲାଯାଉଛି। ତେବେ ପ୍ରଥମେ ଅଗଷ୍ଟ ୧୨ ଓ ୧୩ରୁ ସେବାୟତଙ୍କ ପରିବାର ଲୋକ ମହାପ୍ରଭୁଙ୍କ ଦର୍ଶନ କରିବେ । ପରେ ୧୬ରୁ ୨୦ ତାରିଖ ମଧ୍ୟରେ ପୁରୀବାସୀଙ୍କୁ ଦର୍ଶନ ପାଇଁ ସୁଯୋଗ ମିଳିବ। ପରି ଶେଷରେ ୨୩ ତାରିଖରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ପୁରୀ ଶ୍ରୀମନ୍ଦିର ଖୋଲିବ ।

ତେବେ ସମସ୍ତ ଶନିବାର ଓ ରବିବାର ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ଓ ପୂରା ମନ୍ଦିରକୁ ସାନିଟାଇଜ କରାଯିବ । ସେହିଭଳି ଗହଳିକୁ ଏଡାଇବାକୁ ଅଗଷ୍ଟ ଓ ସେପ୍ଟେମ୍ବରରେ ହେବାକୁ ଥିବା ବିଭିନ୍ନ ପୂଜା ପର୍ବାଣିରେ ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିବ ।

କିନ୍ତୁ ମନ୍ଦିର ପ୍ରବେଶକୁ ନେଇ ଜାରି କରାଯାଇଥିବା ଭିନ୍ନ ନିୟମକୁ ନେଇ ଉଠିଛି ପ୍ରଶ୍ନ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+