Get Updates
Get notified of breaking news, exclusive insights, and must-see stories!

ଜଗା ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ, ଆଜି ପଦ୍ମବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଆଜି ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ କାଳିଆ ଠାକୁର। ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ପଦ୍ମ ବେଶ ପାଇଁ ବଡ଼ ଛତା ମଠ ସମସ୍ତ ସାମଗ୍ରୀ ଯୋଗାଇଥାଏ ।

ପୁରୀ: ଦୀର୍ଘ ୨୧ ଦିନ ପରେ ଖୋଲିଛି ଶ୍ରୀମନ୍ଦିର । ଗତକାଲିଠାରୁ ପୁଣି ଆରମ୍ଭ ହୋଇଛି କାଳିଆ ଦର୍ଶନ । ପ୍ରଥମ ଦିନରେ ପାଖାପାଖି ୨୦ ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । କୋଭିଡ଼ କଟକଣା ଭିତରେ ଦର୍ଶନ ଆରମ୍ଭ ହୋଇଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

puri news

ତେବେ ଆଜି ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ କାଳିଆ ଠାକୁର। ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ପଦ୍ମ ବେଶ ପାଇଁ ବଡ଼ ଛତା ମଠ ସମସ୍ତ ସାମଗ୍ରୀ ଯୋଗାଇଥାଏ । ମାଘ ମାସ ଅମାବାସ୍ୟାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାର ଦିନ ଶ୍ରୀବିଗ୍ରହଙ୍କୁ ପଦ୍ମ ବେଶରେ ସଜିତ କରାଯାଇଥାଏ। ଶ୍ରୀବିଗ୍ରହମାନେ ପ୍ରତ୍ୟେକ ରାତିରେ ବଡ ସିଂହାର ବେଶରେ ପହୁଡ଼ ଯାଇଥାନ୍ତି।

କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଜାନୁଆରି ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯାଇଥିଲା । ସଂକ୍ରମଣ ହାର କମିବା ପରେ ନୂଆ ଏସ୍‌ଓପି ଅନୁଯାୟୀ ଶ୍ରୀମନ୍ଦିର ଦର୍ଶନ ଆରମ୍ଭ ହୋଇଛି । ନୂଆ ଏସ୍‌ଓପି ଅନୁଯାୟୀ, ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ଭକ୍ତଙ୍କ ପାଇଁ ପରିଚୟପତ୍ର ସହ ୯୬ ଘଣ୍ଟା ଭିତରର କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଅବା କୋଭିଡ୍‌ ଟିକାର ଡବଲ୍‌ ଡୋଜ୍‌ ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ମାସ୍କ ପରିଧାନ, ସାନିଟାଇଜ୍‌ ବ୍ୟବସ୍ଥା ବି ଲାଗୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+