ପୁରୀକୁ ବିକାଶ ନାଁରେ ବିକୃତ ଓ ବିଲୁପ୍ତ କରାଯାଉଛି: ଶଙ୍କରାଚାର୍ଯ୍ୟ
ଶ୍ରୀ ଜଗନ୍ନାଥ ମନ୍ଦିର ଚତୁପାର୍ଶ୍ୱରେ ଚାଲିଥିବା ପରିକ୍ରମା ପ୍ରକଳ୍ପକୁ ନେଇ ବର୍ଷିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ । ବିକାଶ ନାଁରେ ପୁରୀର ଆଦର୍ଶକୁ ବିକୃତ ଓ ବିଲୁପ୍ତ ଉଦ୍ୟମ କରାଯାଉଛି । ବିକାଶ ହେଉ କିନ୍ତୁ ଐତିହ୍ୟ ନଷ୍ଟ କରା ନଯାଉ ବୋଲି ଶଙ୍କରାଚାର୍ଯ୍ୟ କହି
ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିର ଚତୁପାର୍ଶ୍ୱରେ ଚାଲିଥିବା ପରିକ୍ରମା ପ୍ରକଳ୍ପକୁ ନେଇ ବର୍ଷିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ । ବିକାଶ ନାଁରେ ପୁରୀର ଆଦର୍ଶକୁ ବିକୃତ ଓ ବିଲୁପ୍ତ ଉଦ୍ୟମ କରାଯାଉଛି । ବିକାଶ ହେଉ କିନ୍ତୁ ଐତିହ୍ୟ ନଷ୍ଟ କରା ନଯାଉ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।

ଆମେ ବିକାଶର ପକ୍ଷରେ। କିନ୍ତୁ ତୀର୍ଥସ୍ଥଳର ଆଦର୍ଶ ଆଉ ଅସ୍ତିତ୍ୱ ବିଲୋପ ହୋଇଯାଉ, ତା ସପକ୍ଷରେ ଆମେ ନାହୁଁ। ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଶାସନତନ୍ତ୍ର ମାର୍ଗ ପ୍ରଶସ୍ତ ନାଁରେ ମଠ ଗୁଡିକୁ ଭାଙ୍ଗିଦେଲେ । ମାର୍ଗ ପ୍ରଶସ୍ତ ନାଁରେ ପ୍ରଦର୍ଶନ ସ୍ଥଳୀ ଓ ପିକନିକ ସ୍ଥଳୀ କରିବା ଠିକ୍ ନୁର୍ହେ । ଦେବା ଦେବୀ ମନ୍ଦିର ବି ବିଲୁପ୍ତ କରି ଦିଆଯାଉଛି । ଶାସନତନ୍ତ୍ର ଦାୟିତ୍ୱ ତୀର୍ଥସ୍ଥଳୀକୁ ଭୋଗସ୍ଥଳୀ ନ କରିବା । ପୁରୀ ହେଉଛି ଧାର୍ମିକ ରାଜଧାନୀ, ଏହାକୁ ବିକୃତ ଓ ବିଲୁପ୍ତ କରାନଯାଉ ବୋଲି କହିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ।
ଏହାଦ୍ୱାରା ଦେବାଦେବୀ କ୍ରୋଧିତ ହେବେ। ଯଦି ଦେବାଦେବୀ କ୍ରୋଧିତ ହେବେ ତାହେଲେ ପୁରା ଓଡ଼ିଶାକୁ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କହିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ।












Click it and Unblock the Notifications