ଶାଶ୍ୱତ ରଞ୍ଜନଙ୍କ ନିଆରା କଳାକୃତି, ଦିଆସିଲି କାଠିରେ ନିର୍ମାଣ କଲେ ତିନି ରଥ

ଆସନ୍ତା ୧ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏହି ଅବସରରେ ପୁରୀ କୁମ୍ଭାରପଡ଼ାର ଯୁବଶିଳ୍ପୀ ଶାସ୍ବତ ରଞ୍ଜନ ସାହୁ ଦିଆସିଲି କାଠିରେ ତିନୋଟି ରଥ ନିର୍ମାଣ କରିଛନ୍ତି ।

ପୁରୀ: ଆସନ୍ତା ୧ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏହି ଅବସରରେ ପୁରୀ କୁମ୍ଭାରପଡ଼ାର ଯୁବଶିଳ୍ପୀ ଶାସ୍ବତ ରଞ୍ଜନ ସାହୁ ଦିଆସିଲି କାଠିରେ ତିନୋଟି ରଥ ନିର୍ମାଣ କରିଛନ୍ତି । ଶାଶ୍ୱତ ଏଥିପାଇଁ ବ୍ୟବହାର କରିଛନ୍ତି ୪୮୩୦ ଦିଆସିଲି କାଠି । ଶାଶ୍ୱତଙ୍କ ଏହି ମଡେଲରେ ପ୍ରଭୁ ବଳଭଦ୍ରଙ୍କ ଉଚ୍ଚତା ୧୧.୪ ଇଞ୍ଚ, ମା' ସୁଭଦ୍ରାଙ୍କ ରଥର ଉଚ୍ଚତା ୧୧ ଇଞ୍ଚ ରହିଛି । ସେହିପରି ବଡ ଠାକୁର ବଳଭଦ୍ରଙ୍କ ରଥର ଉଚ୍ଚତା ୧୧.୫ ଇଞ୍ଚ ରହିଛି ।

Saswat Ranjan Sahoo

ତିନୋଟି ରଥର ମୋଟେଇ ୬ ଇଞ୍ଚ ରହିଛି । ଏହି ମଡେଲ୍ ପ୍ରସ୍ତୁତ କରିବା ପାଇଁ ଶାସ୍ବତଙ୍କୁ ପ୍ରାୟ ୧୮ ଦିନ ଲାଗିଛି । ଏହି ରଥରେ ସାରଥୀ, ପାରା, ଚକ, ଘୋଡା ଏବଂ ଅନ୍ୟାନ୍ୟ କଳାକୃତି ମଧ୍ୟ ଶାସ୍ବତ ଅନ୍ତର୍ଭୁକ୍ତ କରିଛନ୍ତି। ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ସେ ଏହି କଳାକୃତି ନିର୍ମାଣ କରିଥିବା କହିଛନ୍ତି ।

Saswat Ranjan Sahoo

ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ରଣଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଶାଶ୍ୱତ ତାଙ୍କ କଳାକୃତି ମାଧ୍ୟମରେ ଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+