ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ତାର ମରାମତି କାର୍ଯ୍ୟ
Ratna Bhandar: ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ତାର ମରାମତି କାର୍ଯ୍ୟ । ୩ ମାସ ମଧ୍ୟରେ ସମସ୍ତ କାମ ସାରିବା ପାଇଁ ଲକ୍ଷ ରଖାଯାଇଛି, ଯେଉଁଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଖବର ଅନୁସାରେ, ଭାର ବନ୍ଧିବା ପାଇଁ ଲୁହା ପାଇପ ଓ ଅନ୍ୟାନ୍ୟ ସରଞ୍ଜାମ ପ୍ରସ୍ତୁତ ରଖିଛି ଏଏସଆଇ ଏବଂ ୨ ଦିନ ମଧ୍ୟରେ ଭାର ବନ୍ଧିବା କାର୍ଯ୍ୟ ସାରି ଚୁନ ଛଡା କାର୍ଯ୍ୟ ଆରମ୍ଭ କରାଯିବ ଏବଂ ଦରକାର ସ୍ଥଳରେ ମରାମତି କରାଯିବ । ରତ୍ନ ଭଣ୍ତାର ପାର୍ଶ୍ୱର ମରାମତି କାମ ଶେଷ ହେବା ପରେ ବାହାର ପାର୍ଶ୍ୱ କାମ ଆରମ୍ଭ ହେବ ।

ଦ୍ୱିତୀୟ ଭୋଗମଣ୍ତପ ଶେଷ ଓ ଭୋଗ ବାହାରିବା ପରେ ନୀତିକାନ୍ତି ବନ୍ଦ ରହିବ ଏନେଇ ଛତିଶାନିଯୋଗ ନିଷ୍ପତ୍ତି ନେଇଛି । ଦିନ ପ୍ରାୟ ୧୨ଟାରୁ ରୁ ୧ଟା ମଧ୍ୟରେ ଏଏସଆଇ ବୈଷୟିକ ଦଳ ରତ୍ନଭଣ୍ତାର ମଧ୍ୟକୁ ପ୍ରେବଶ କରିବ । ଏଏସଆଇ ଭୁବନେଶ୍ବର ମଣ୍ଡଳ ଅଧୀକ୍ଷକ ଡକ୍ଟର ଡି.ବି ଗଡ଼ନାୟକ, ଉପଅଧୀକ୍ଷକ ଚିତ୍ତରଂଜନ ଦାସ, ବରିଷ୍ଠ ସଂରକ୍ଷକ ଦେବେନ୍ଦ୍ର ପ୍ରଧାନ, ସହକାରୀ ସଂରକ୍ଷକ ଜ୍ୟୋତିରଂଜନ ପ୍ରଧାନ ପ୍ରମୁଖ ରତ୍ନଭଣ୍ଡାରରେ ପ୍ରବେଶ କରିବେ। ସମସ୍ତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରିଚୟପତ୍ର ପ୍ରଦାନ କରାଯାଇଛି।












Click it and Unblock the Notifications