ଜୁଲାଇ ୮ରେ ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ତାର! ଓଡ଼ିଶା ଆସୁଛନ୍ତି ଜଷ୍ଟିସ୍ ଅରିଜିତ୍ ପଶାୟତ

Puri News: ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲାପାରେ । ୮ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ତାର କାର୍ଯ୍ୟ ଜାରି ରହିବ । ଏହି ସମୟପେ ରତ୍ନଭଣ୍ତାରର ଯାଞ୍ଚ କରାଯିବା ସହ ରତ୍ନଭଣ୍ତାର ଭିତରେ ଥିବା ରତ୍ନର ଗଣତି ଏବଂ ମଣତି କରାଯିବ । ତେବେ ଏନେଇ ଆସନ୍ତା ୪ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜଷ୍ଟିସ୍ ଅରିଜିତ୍ ପଶାୟତ । ଯିଏ ତଦାରଖ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ହୋଇଛନ୍ତି ।

ସୂଚନା ଅନୁସାରେ, ରତ୍ନଭଣ୍ତାର ପରାମତି ସହ ଅଳଙ୍କାର ଗଣନା କରାଯିବା ନେଇ ମଧ୍ୟ ଯୋଜନା କରାଯାଇଛି । ତେବେ ରାଜ୍ୟରେ ବିଜେପି ସରକାର ଆସିଲେ ରତ୍ନଭଣ୍ତାରର ଖୋଲାଯାଇ ଯାଞ୍ଚ୍ କରାଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଥିଲା । ତେବେ ଯାଞ୍ଚ୍ କମିଟିରି ପରାମର୍ଥ ପରେ ସରକାର ରତ୍ନଭଣ୍ତାର ଖୋଲିବା ନେଇ ନେବେ ବୋଲି ଖବର ରହିଛି ।

Ratna bhandar

ସୂଚନାଥାଉ ଯେ, ଜୁଲାଇ ୭ ତାରିଖରେ ମହାପ୍ରଭୁଙ୍କ ଗଣ୍ତିଚା ଯାତ୍ରା । ଏହାପରେ ବାହୁଡ଼ା ଯାତ୍ରା, ସୁନା ବେଶ, ଅଧରପଣା ପରେ ଜୁଲାଇ ୧୯ ତାରିଖରେ ରହିଛି ମହାପ୍ରଭୁଙ୍କ ନୀଳାଦ୍ରୀ ବିଜେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+