ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ଉଠିଲାନି ରତ୍ନଭଣ୍ଡାର ପ୍ରସଙ୍ଗ
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି। ନୀତି ସବ କମିଟି ଓ ଛତିଶା ନିଯୋଗରେ ହୋଇଥିବା କାର୍ତ୍ତିକ ମାସ ନୀତି ନିର୍ଘଣ୍ଟକୁ ମୋହର ମାରିଲା ପରିଚାଳନା କମିଟି । ସେହିପରି ମହାପ୍ରଭୁଙ୍କ ଜମି ବିକ୍ରିର ଡିଜିଟାଇଜେସନ ହେବ ନେଇ ବୈଠକେରେ ନିଷ୍ପତ୍ତି ହୋଇଛି ।
ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି। ନୀତି ସବ କମିଟି ଓ ଛତିଶା ନିଯୋଗରେ ହୋଇଥିବା କାର୍ତ୍ତିକ ମାସ ନୀତି ନିର୍ଘଣ୍ଟକୁ ମୋହର ମାରିଲା ପରିଚାଳନା କମିଟି । ସେହିପରି ମହାପ୍ରଭୁଙ୍କ ଜମି ବିକ୍ରିର ଡିଜିଟାଇଜେସନ ହେବ ନେଇ ବୈଠକେରେ ନିଷ୍ପତ୍ତି ହୋଇଛି ।

ତେବେ ବୈଠକରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରତ୍ନଭଣ୍ଡାର ପ୍ରସଙ୍ଗରେ କୌଣସି ଆଲୋଚନା ହୋଇ ନାହିଁ । ଏହି ପ୍ରସଙ୍ଗକୁ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଉପସ୍ଥାପନ କରିଥିବା ବେଳେ ବୈଠକରେ ଏହାକୁ ଏଡ଼ାଇ ଯାଇଥିଲେ ଗଜପତି ମହାରାଜ। ସେପଟେ ପରିଚାଳନା କମିଟି ଏଜେଣ୍ଡାରେ ଏହି ପ୍ରସଙ୍ଗ ନଥିବାରୁ ଆଲୋଚନା ହେଲାନି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ।
ସେ କହିଛନ୍ତି, ୨୦୨୨ ଅଗଷ୍ଟ ୬ ତାରିଖର ବିବରଣୀ ଦୃଢ଼ୀକରଣ କରାଯାଇଛି। ନୀତି ସବ କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ କାର୍ତ୍ତିକ ନୀତି ନିର୍ଘଣ୍ଟକୁ ପରିଚାଳନା କମିଟି ଗ୍ରହଣ କରିଛନ୍ତି। ଓଆରଏସଇସି ମାଧ୍ୟମରେ ଜଗନ୍ନାଥଙ୍କ ଜମିର ସ୍ଥିତାବସ୍ଥା ଜଣାଇବା ପ୍ରସ୍ତାବକୁ ଗୃହୀତ କରାଯାଇଛି। ଆଦର୍ଶ ଗୁରୁକୁଳ ସୋସାଇଟି ରେଜିଷ୍ଟ୍ରସନ ପାଇଁ ବିର୍ଲା ସହ ବୁଝାମଣା ପାଇଁ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ । ଏହାଛଡ଼ା ସେବକ ବାସଗୃହ ପ୍ରୋଜେକ୍ଟ ଉପରେ ଆଲୋଚନା ହୋଇଛି। ହରଚଣ୍ଡୀ ସାହିରେ ୩ ଏକର ଜମି ଉପରେ ସେବକ ବାସଗୃହ ନିର୍ମାଣ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି କହିଛନ୍ତି ଯେ, ବୈଠକରେ ୬ ଅଗଷ୍ଟ ୨୦୨୨ର ବିବରଣୀ ଦୃଢ଼ିକରଣ କରାଗଲା। ନୀତି ସବ କମିଟି ବୈଠକ ନିଷ୍ପତି ଅନୁଯାୟୀ କାର୍ତ୍ତିକ ନୀତି ନିର୍ଘଣ୍ଟକୁ ପରିଚାଳନା କମିଟି ଗ୍ରହଣ କଲେ। ବିର୍ଲା ଫାଉଣ୍ଡେସନ ସହ ମିଶି ତିଆରି ହେବାକୁ ଥିବା ଗୁରୁକୁଳ ପ୍ରତିଷ୍ଠା ବିଷୟରେ ଆଲୋଚନା ହୋଇଛି। ସୋସାଇଟି ରେଜିଷ୍ଟ୍ରସନ ପାଇଁ ବିର୍ଲା ସହ MOU ପାଇଁ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିର ଡିଜିଟାଇଜେସନ ହେବ। ORSEC ମାଧ୍ୟମରେ ଜଗନ୍ନାଥ ଜମିର ସ୍ଥିତାବସ୍ଥା ଜଣାଇବା ପ୍ରସ୍ତାବକୁ ଗୃହୀତ ହୋଇଛି। ହରଚଣ୍ଡୀ ସାହିରେ ୩ ଏକର ଜମି ଉପରେ ସେବକ ବାସଗୃହ ହେବ।












Click it and Unblock the Notifications