ରଥଯାତ୍ରା ପାଇଁ ବାହାରିଲା ପ୍ରଥମ ପର୍ଯ୍ୟାୟ ରଥକାଠ; ଶ୍ରୀମନ୍ଦିରକୁ ଆସୁଛି ୧୦୨ ଖଣ୍ଡ ରଥକାଠ
ଦଶପଲ୍ଲା: ରଥଯାତ୍ରା ପାଇଁ ବାହାରିଲା ପ୍ରଥମ ପର୍ଯ୍ୟାୟ ରଥକାଠ । ମହାବୀର ମନ୍ଦିରରେ ପୂଜାର୍ଚ୍ଚନା ପରେ ବାହାରିଲା ରଥକାଠ । ୩ଟି ଟ୍ରକ୍ ଯୋଗେ ଶ୍ରୀମନ୍ଦିରକୁ ଆସୁଛି ୧୦୨ ଖଣ୍ଡ ରଥକାଠ । ୫୦ ଖଣ୍ଡ ଅସନ ଓ ଧଉରା କାଠ ୫୨ ଖଣ୍ଡ ରହିଛି । ସରସ୍ୱତୀ ପୂଜା ପୂର୍ବରୁ ପୁରୀରେ ପହଂଚିବ ରଥକାଠ ।

ଗଣିଆ ବଡ଼ମୂଳସ୍ଥିତ ମା'ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ଗତ ଜାନୁଆରି ୨ ତାରିଖ ଦିନ ରଥକାଠ ଅନୁକୂଳ ପୂଜା ଯଥାବିଧି ଶେଷ ହୋଇଥିଲା। ମା'ଙ୍କ ଅନୁମତି ମିଳିବା ପରେ ବନବିଭାଗ ପକ୍ଷରୁ ଦଶପଲ୍ଲା ବନାଞ୍ଚଳର ପୋଖରୀଗୋଛା ସେକ୍ସନ ଅଞ୍ଚଳରୁ କାଠ ସଂଗ୍ରହ ଜାରି ରହିଛି। ୩ଟି ଗାଡ଼ି ଯୋଗେ ୨୦ ଫୁଟିଆ ଓ ୧୨ ଫୁଟିଆ ଅସନ ଓ ଧଉରା କାଠ ୧୦୨ ଖଣ୍ଡ ପଠାଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।












Click it and Unblock the Notifications