୨୦୨୩ ପୂର୍ବରୁ ରଥଯାତ୍ରାକୁ ମିଳିବ UNESCO ମାନ୍ୟତା !
ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ମିଳିପାରେ ୟୁନେସ୍କୋ ମାନ୍ୟତା । ଏଥିପାଇଁ ସମ୍ପୂର୍ଣ୍ଣ ଚିଠା ପ୍ରସ୍ତୁତି ପାଇଁ ଏକ ପରାମର୍ଶ କମିଟି ଗଠନ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଓଡିଶା ସରକାରଙ୍କ ଭାଷା ଓ ସଂସ୍କୃତି ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।
ପୁରୀ: ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ମିଳିପାରେ ୟୁନେସ୍କୋ ମାନ୍ୟତା । ଏଥିପାଇଁ ସମ୍ପୂର୍ଣ୍ଣ ଚିଠା ପ୍ରସ୍ତୁତି ପାଇଁ ଏକ ପରାମର୍ଶ କମିଟି ଗଠନ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଓଡିଶା ସରକାରଙ୍କ ଭାଷା ଓ ସଂସ୍କୃତି ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ପ୍ରଶାସନ ପକ୍ଷରୁ ଏନେଇ ବୈଠକ କରାଯାଇ ପ୍ରସ୍ତୁତି ବି ଆରମ୍ଭ ହୋଇଛି । ଗତବର୍ଷଠୁ ଏଥିପାଇଁ ଆବଶ୍ୟକ ସମସ୍ତ ତଥ୍ୟପ୍ରମାଣ ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ।

ମିଳିଥିବା ସୂଚନା ଅନୁସାରେ ଗତବର୍ଷ ମଧ୍ୟ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ଚିଠି ଲେଖାଯାଇଥିଲା । ପୁରୀ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସଂସ୍କୃତି ବିଭାଗ ୟୁନେସ୍କୋକୁ ଚିଠି ଲେଖିଥିଲେ । ଚଳିତ ବର୍ଷ ମଧ୍ୟ ଏନେଇ ୟୁନୋସ୍କୋକୁ ଚିଠି ପଠାଯିବ । ୨୦୨୩ ରଥଯାତ୍ରା ବେଳକୁ ଏହା ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ବା ଇନଟାଂଜିବଲ ହେରିଟେଜ ମାନ୍ୟତା ପାଇସାରିଥିବ ବୋଲି ଅନୁମାନ କରିଛନ୍ତି ସେବକ ।
ତେବେ ଏଥି ପାଇଁ ଏକ ବିସ୍ତୃତ ନାମାଙ୍କନ ଏହି ବର୍ଷ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନାମାଙ୍କନପତ୍ର ପ୍ରସ୍ତୁତ କରିବାକୁ ଏକ ପରାମର୍ଶଦାତା କମିଟି ଗଠନ କରାଯିବ । ଶ୍ରୀମନ୍ଦିର ପରିଚାଳନା ପରିଷଦ କମିଟି ବୈଠକରେ ଏନେଇ ପ୍ରଥମେ ନିଷ୍ପତ୍ତି ନିଆଯିବ । ଡ୍ରାଫ୍ଟ ନାମାଙ୍କନ ପତ୍ରରେ ଅକ୍ଷୟ ତୃତୀୟା ଠାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ରଥଯାତ୍ରା ସମୟରେ ପାଳନ କରାଯାଉଥିବା ସମସ୍ତ ରୀତିନୀତି ସମ୍ବନ୍ଧରେ ସବିଶେଷ ତଥ୍ୟ ଅନ୍ତର୍ଭୂକ୍ତ ହେବ ଏବଂ ସେମାନଙ୍କ ଏକ ଭିଡିଓ କ୍ଲିପ୍ ମଧ୍ୟ ରହିବ।
ଉଲ୍ଲେଖଯୋଗ୍ୟ, ଅନ୍ୟମାନଙ୍କ ମଧ୍ୟରେ କୋଲକାତା ଦୁର୍ଗା ପୂଜା ଏବଂ କୁମ୍ବମେଳାକୁ UNESCO ମାନ୍ୟତା ମିଳି ସାରିଛି ।












Click it and Unblock the Notifications