Get Updates
Get notified of breaking news, exclusive insights, and must-see stories!

Niladri Bije Live Update: ପୁଣି ଅପେକ୍ଷା ଆରବରଷକୁ, ନୀଳକନ୍ଦରରେ ଚତୁର୍ଦ୍ଧାମୂର୍ତ୍ତି

ନମସ୍କାର, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଲାଇଭ ଅପଡେଟକୁ ଆପଣଙ୍କୁ ସ୍ୱାଗତ୍ । ଘୋଷଯାତ୍ରାଠୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପ୍ରତି ମୁହୁର୍ତ୍ତର ଆମେ ଦେବୁ ଆପଣଙ୍କୁ ଲାଇଭ ଅପଡେଟ୍ । ରଥଯାତ୍ରାର ଟିକିନିକି ଖବର ଜାଣିବା ପାଇଁ ଯୋଡି ହୋଇ ରୁହନ୍ତୁ ୱାନଇଣ୍ଡିଆ ଓଡିଆ

ନମସ୍କାର, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଲାଇଭ ଅପଡେଟକୁ ଆପଣଙ୍କୁ ସ୍ୱାଗତ୍ । ଘୋଷଯାତ୍ରାଠୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପ୍ରତି ମୁହୁର୍ତ୍ତର ଆମେ ଦେବୁ ଆପଣଙ୍କୁ ଲାଇଭ ଅପଡେଟ୍ । ରଥଯାତ୍ରାର ଟିକିନିକି ଖବର ଜାଣିବା ପାଇଁ ଯୋଡି ହୋଇ ରୁହନ୍ତୁ ୱାନଇଣ୍ଡିଆ ଓଡିଆ ସହ....

ବାହୁଡାରେ ବାହୁଡି ଆସିଛନ୍ତି ମହାବାହୁ । ସିଂହଦ୍ୱାର ସମ୍ମୁଖରେ ବିରାଜମାନ ହୋଇଛନ୍ତି ୩ ରଥ । ଆଜି ପବିତ୍ର ସୁନାବେଶ, ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ଶ୍ରୀଜିଉ । ସୁନାବେଶରେ ରଥଉପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୁର୍ତ୍ତୀ । ତେବେ ସୁନାବେଶର ପ୍ରତିଟି ଖବର ଜାଣନ୍ତୁ ଆମ ସହ...

ନୀଳାଦ୍ରୀ ବିଜେ

Jul 23, 2021, 8:56 pm IST

ସାତପାହାଚ ବାଟେ ନାଟମନ୍ଦିର ପ୍ରବେଶ କରି ଗରୁଡଙ୍କ ସମ୍ମୁଖଙ୍କ ମହାପ୍ରଭୁ ଦକ୍ଷିଣାଭିମୁଖୀ ହୋଇ ବିଜେ କରନ୍ତି । ସେଠାରେ ବିଭୀଷଣ ବନ୍ଦାପନା କରାଯାଏ । ପତି ମହାପାତ୍ର ବିଭୀଷଣଙ୍କ ପ୍ରତିନିଧିରୂପେ ମହାପ୍ରଭୁଙ୍କୁ ବନ୍ଦାପନା କନ୍ତି ।
Jul 23, 2021, 8:55 pm IST

ଲକ୍ଷ୍ମୀନାରାୟଣ ଭେଟ ପରେ ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ଆଡକୁ ଅଗ୍ରସର ହୁଅନ୍ତି । ଏହି ସମୟରେ ସିଂହଦ୍ୱାର ବନ୍ଦ କରାଯାଏ । କିଛି ସମୟ ସିଂହଦ୍ୱାର ଖୋଲାଯାଏ ଏବଂ ମହାପ୍ରଭୁ ପହଣ୍ଡି ବିଜେ କରି ବାଇଶିପାହାଚ ଓ ଆନନ୍ଦବଜାର ଦେଇ ଭିତର ବେଢାକୁ ଆସନ୍ତି ।
Jul 23, 2021, 8:44 pm IST

ଏହାକୁ ଲକ୍ଷ୍ମୀନାରାୟଣ ବନ୍ଦାପନା କୁହାଯାଏ ।
Jul 23, 2021, 8:44 pm IST

ଏହି ସମୟରେ ଏକସଙ୍ଗରେ ଶ୍ରୀଜଗନ୍ନାଥ ଏବଂ ଲକ୍ଷ୍ମୀ ଠାକୁରାଣୀହ୍କୁ କର୍ପୂରଆଳତି ଓ ବନ୍ଜାପନା କରାଯାଏ । ପରିମହାପାତ୍ର ଶ୍ରୀଜଗନ୍ନାଥଙ୍କୁ ବନ୍ଦାପନା ଓ ଆଳତି କରିଥାନ୍ତି । ଭିତରଛ ମହାପାତ୍ର ଲକ୍ଷ୍ମୀଠାକୁରାଣୀଙ୍କୁ ଭେଟମଣ୍ଡପରେ ବନ୍ଦପନା ଓ ଆଳତି କରିଥାନ୍ତି ।
Jul 23, 2021, 8:42 pm IST

ମହାପ୍ରଭୁ ଶ୍ରୀଜଗନ୍ନାଥ ରଥ ଉପର ପିଣ୍ଡି ଉପରକୁ ଆସି ଚାରମାଳ ଉପରେ ବିଜେ କରିବା ସମୟରେ ଟାହିଆ ଲାଗି ହୋଇଥାନ୍ତା । ଏହି ସମୟରେ ଲକ୍ଷ୍ମୀଠାକୁରାଣୀ ଶ୍ରୀମନ୍ଦିରର ବାହାର ବେଢାରେ ଥିବା ଭେଟମଣ୍ଡପକୁ ବିଜେ କରନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ରଥ ଉପରେ ଏବଂ ଲକ୍ଷ୍ମୀଠାକୁରାଣୀ ଭେଟମଣ୍ଡପରେ ବିରାଜମାନ କରି ପରସ୍ପରକୁ ଭେଟଥାନ୍ତି ।
Jul 23, 2021, 8:39 pm IST

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଲକ୍ଷ୍ମୀନାରାୟଣ ଭେଟ ।
Jul 23, 2021, 8:22 pm IST

ପ୍ରଭୁ ବଳଭଦ୍ରଙ୍କ ଗୋଟି ୱପହଣ୍ଡି ସମୟର ଦୃଶ୍ୟ ।
Jul 23, 2021, 8:20 pm IST

ଘଣ୍ଟୁଆଙ୍କ ନାଦରେ କମ୍ପୁଛି ବଡଦାଣ୍ଡ । ଟାହିଆ ହଲାଇ ନୀଳକନ୍ଦରକୁ ପହଣ୍ଡିରେ କାଳିଆ ଠାକୁର ।
Jul 23, 2021, 8:18 pm IST

ଟାହିଆ ହଲାଇ ପହଣ୍ଡିରେ ଯାଉଛନ୍ତି କାଳିଆ ଠାକୁର ।
Jul 23, 2021, 8:00 pm IST

ମା ସୁଭଦ୍ରାଙ୍କ ଦେବୀ ପହଣ୍ଡି ସମୟର ଦୃଶ୍ୟ ।
Jul 23, 2021, 7:57 pm IST

ଦେବୀ ସୁଭଦ୍ରାଙ୍କ ଗୋଟି ପହଣ୍ଡି ସମୟର ଜିବ୍ୟ ଦୃଶ୍ୟ ।
Jul 23, 2021, 7:45 pm IST

ରଥ ତଳେ ସେବାୟତ ଗାଉଛନ୍ତି ଭକ୍ତି ସଙ୍ଗୀତ ।
Jul 23, 2021, 7:29 pm IST

ଆରମ୍ଭ ହେଲା ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ।
Jul 23, 2021, 6:56 pm IST

ଶ୍ରୀମନ୍ଦିରକୁ ବାହୁଡିଲେ ଶ୍ରୀ ରାମକୃଷ୍ଣ ଓ ଶ୍ରୀ ମଦନମୋହନ
Jul 23, 2021, 6:55 pm IST

ଚକ୍ରରାଜ ସୁଦର୍ଶନଙ୍କ ନିଳାଦ୍ରି ବିଜେ ସମୟର ଦୃଶ୍ୟ ।
https://odia.oneindia.com/sports/tokyo-olympics-2021-live-updates-day-1-results-highlights-in-odia-004626.html
Jul 23, 2021, 6:52 pm IST

ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ବିଜେ କଲେ ସୁଦର୍ଶନ ।
Jul 23, 2021, 6:42 pm IST

ଘଣ୍ଟଘଣ୍ଟୁଆଙ୍କ ନାଦ ଓ ହରିବୋଲ ହୁଳୁହୁଳୁରେ ପହଣ୍ଡିରେ ଯାଉଛନ୍ତି ଦେବୀ ସୁଭଦ୍ରା ।
Jul 23, 2021, 6:41 pm IST

ନୀଳକନ୍ଦରକୁ ବାହୁଡୁଛନ୍ତି ଶ୍ରୀଜିଉ, ଆରମ୍ଭ ହେଲା ଦେବୀ ସୁଭଦ୍ରାଙ୍କ ପହଣ୍ଡି
Jul 23, 2021, 6:38 pm IST

ବଡଭାଇ ବଳଭଦ୍ରଙ୍କ ପହଣ୍ଡି ସମୟର ଦୃଶ୍ୟ ।
Jul 23, 2021, 6:37 pm IST

ନୀଳାଦ୍ରି ବିଜେରେ ଗୋଟି ପହଣ୍ଡିରେ ପ୍ରଥମେ ଗଲେ ଚକ୍ରରାଜ ସୁଦର୍ଶନ ।
Jul 23, 2021, 6:35 pm IST

ଟାହିଆ ହଲାଇ ଶ୍ରୀମନ୍ଦିରକୁ ଫେରିଗଲେ ବଡଭାଇ ବଳଭଦ୍ର ।
Jul 23, 2021, 6:14 pm IST

ନୀଳକନ୍ଦରରେ ବଳଭଦ୍ର । ରତ୍ୱବେଦୀରେ ବଡଭାଇ ବଳଭଦ୍ର ।
Jul 23, 2021, 5:45 pm IST

ଆରମ୍ଭ ହେଲା ଶ୍ରୀଜିଉଙ୍କ ନୀଳାଦ୍ରୀ ବିଜେ, ଗୋଟି ପହଣ୍ଡିରେ ଯିବେ ଚତୁର୍ଦ୍ଧାମୂର୍ତ୍ତି ।
Jul 23, 2021, 5:32 pm IST

ଆଜି ଶ୍ରୀବିଗ୍ରହଙ୍କ ପବିତ୍ର ନୀଳାଦ୍ରି ଆଗମନ ଅବସରରେ ପ୍ରଫୁଲ୍ଲିତ ଶ୍ରୀମନ୍ଦିର
Jul 23, 2021, 2:10 pm IST

ତିନି ରଥରେ ଶ୍ରୀବିଗ୍ରହମାନଙ୍କ ପବିତ୍ର ଯାତ୍ରାଙ୍ଗୀ ମହାସ୍ନାନ ନୀତି ଏବଂ ଧୂପ ଓ ଭୋଗ ନୀତି ସମ୍ପନ୍ନ ହୋଇଛି
Jul 23, 2021, 2:09 pm IST

ଆଜି ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ । ତିନି ରଥରୁ ଶ୍ରୀବିଗ୍ରହମାନେ ଶ୍ରୀମନ୍ଦିରକୁ ବାହୁଡ଼ିବେ
Jul 23, 2021, 2:08 pm IST

ଆଜି ମହାପ୍ରଭୁଙ୍କ ପବିତ୍ର ନୀଳାଦ୍ରୀ ବିଜେ ।
Jul 22, 2021, 8:40 pm IST

ତାଳଧ୍ଵଜ ରଥରେ ଅଧରପଣା ନୀତି

ତାଳଧ୍ଵଜ ରଥରେ ଅଧରପଣା ନୀତି
Jul 22, 2021, 8:39 pm IST

ଦେବଦଳନ ରଥରେ ଅଧରପଣା ନୀତି

ଦେବଦଳନ ରଥରେ ଅଧରପଣା ନୀତି
Jul 22, 2021, 8:07 pm IST

ବଡଠାକୁରଙ୍କୁ ଲାଗି ହେଲା ଅଧରପଣା

ବଡଠାକୁରଙ୍କୁ ଲାଗି ହେଲା ଅଧରପଣା
ବଡଠାକୁରଙ୍କୁ ଲାଗି ହେଲା ଅଧରପଣା । ତାଳଧ୍ୱଜ ରଥ ଉପରେ ଭାଙ୍ଗିଲା ପଣା ହାଣ୍ଡି । ସମ୍ପନ୍ନ ହେଲା ଅଧରପଣା ନୀତି । ତୃପ୍ତ ହେଲେ ଚଣ୍ଡୀଚାମୁଣ୍ଡା, ଅଶରୀରି ।
READ MORE

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+