ରଥଯାତ୍ରା ପାଇଁ ପୁରୀ ପୋଲିସର ମକଡ୍ରିଲ
ଦୁଇଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ପୋଲିସର ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ କରାଯାଉଛି ମକଡ୍ରିଲ ।
ପୁରୀ: ଦୁଇଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ପୋଲିସର ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ କରାଯାଉଛି ମକଡ୍ରିଲ । ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ପୋଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମକଡ୍ରିଲ କରାଯାଉଛି ।

ରଥଟଣା, ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପର୍କରେ ଦିଆଯାଉଛି ପ୍ରଶିକ୍ଷଣ । ରଥଟଣା କାର୍ଯ୍ୟ କିଭଳି ସୁଚାର ରୂପେ ସମ୍ପାଦନ ହୋଇପାରିବ ତାହାର ଡେମୋ କରାଯାଉଛି । ପୋଲିସ ଲାଇନ ପଡିଆରେ ଡିଜିପିଙ୍କ ପରିଚାଳନାରେ ଏହି ଡେମୋ କାର୍ଯ୍ୟକ୍ରମ କରାଯାଉଛି ।
ଅନ୍ୟପକ୍ଷରେ ଆଜି ହେଉଛି ଶ୍ରୀଜିଉଙ୍କ ବନକଲାଗି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ଅଣସରର ଅନ୍ତିମ ଦିନରେ ମହାପ୍ରଭୁଙ୍କ ବନଲାଗି ନୀତି ଅନୁଷ୍ଠିତ ହେଉଛି । କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ ।












Click it and Unblock the Notifications