ପୁରୀ ପୋଲିସ ରଥଯାତ୍ରା ଆପ୍‌; କେମିତି କରିବେ ଚେକିଂ ?

୨୭ ତାରିଖରେ ରଥଯାତ୍ରା। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Puri Police

ଚଳିତବର୍ଷ 'ପୁରୀ ପୋଲିସ ରଥଯାତ୍ରା ଆପ୍‌' ନାମକ ଏକ ଡିଜିଟାଲ୍‌ ମୋବାଇଲ ଆପ୍‌ ବିକଶିତ କରାଯାଇଛି। ଏହି ଆପ୍‌ ଦ୍ୱାରା ବିଭିନ୍ନ ଜିଲାରୁ ନିୟୋଜିତ ହେଉଥିବା ଅଧିକାରୀମାନେ ନିଜ ଡ୍ୟୁଟି ସ୍ଥାନ, ଡ୍ୟୁଟି ସମୟ ଓ ଅଧୀନସ୍ଥ ଅଧିକାରୀଙ୍କ ଅବସ୍ଥାନ ସମ୍ପର୍କରେ ସହଜରେ ଅବଗତ ହେବା ସହ ଡ୍ୟୁଟି ଚେକିଂ ଓ ଲୋକେଶନ ଟ୍ରାକିଂ କରିପାରିବେ।

ବୃହତ୍‌ ମନିଟରିଂ ଆଧାରରେ ଅପ୍ରୀତିକର ଅବସ୍ଥାରେ ଡିପ୍ଲୟମେଣ୍ଟ ପୁନଃ ନିର୍ଦ୍ଦେଶ ହେବ। ରିଅଲ୍‌ ଟାଇମ୍‌ ଅପଡେଟ୍‌ର ସୂଚନା ଦେବ।

ସମସ୍ତ ଟିମ୍‌ ଲିଡର, ଡ୍ୟୁଟି ଅଫିସର ଓ ସିନିୟର ଅଧିକାରୀ ତାଙ୍କ ଅଧୀନସ୍ଥଙ୍କ ଉପସ୍ଥିତି ଓ ଅବସ୍ଥାନ ଅନଲାଇନ୍‌ ଦେଖିପାରିବେ। ଏହି ଆପ୍‌ ଗୁଗ୍‌ଲ କ୍ଲାଉଡ ଉପରେ ହୋଷ୍ଟ ହୋଇଥିବାରୁ ଯେକୌଣସି ମୋବାଇଲ୍‌ରେ ଖୋଲି ଉପଲବ୍ଧ ହେବା ସହଜ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+