ଆଜି ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ
Puri News: ଆଜି ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ । କୃଷ୍ନ ଅଷ୍ଟମୀ ତିଥିରେ ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବେ, ଗୁପ୍ତ ନୀତି ପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଦ୍ୱିତୀୟ ଭୋଗମଣ୍ତପ ଶେଷ ହେବା ପରେ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସେହିପରି ୨୧ ତାରିଖରୁ ୨୪ ତାରିଖ ଅର୍ଥାତ୍ ୪ ଦିନ ପାଇଁ ରତ୍ନଭଣ୍ତାର ମରାମତି ବନ୍ଦ ରହିବେ । ହେଲେ ରଥ ଯାତ୍ରା ପୂର୍ବରୁ ମରାମତି କାର୍ଯ୍ୟ ଶେଷ ହେବ ବୋଲି ସୂଚନା ରହିଛି ।












Click it and Unblock the Notifications