ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି
Puri News: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି । ଜଣେ ଯବାନଙ୍କ ଗୋଡ଼ରେ କାଚ ପଶି ରକ୍ତ ଛିଟା ପଡିବାରୁ ହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ହୋଇଛି । ଅବକାଶ ନୀତି ପରେ ଶ୍ରୀଜିଓଙ୍କ ବଡ଼ ମହାସ୍ନାନ ନୀତି ହୋଇଛି । ବଡ଼ ମହାସ୍ନାନ ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଛି ।

ଶ୍ରୀମନ୍ଦିର ପରମ୍ପରା ଅନୁସାରେ, ମନ୍ଦିର ପରିସର ମଧ୍ୟରେ ରକ୍ତ ଛିଟା ପଡେ, କିଏ ବାନ୍ତି କରିଦେଲେ କିମ୍ବା ମଳତ୍ୟାଗ କଲେ ମହାପ୍ରଭୁଙ୍କ ଚାଳିଥିବା ବନ୍ଦ କରିଦିଆଯାଏ ଏବଂ ଚୂନ ପାଣି ପକାଯାଇ ସୌଧ କରାଯାଏ । ପରେ ପୂଜାପଣ୍ତା ସେବକମାନେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି କରିଥାନ୍ତି ।
ଏହି ସମୟରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥାଏ । ବଡ ମହାସ୍ନାନ ନୀତି ଶେଷ ପରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବା ସହ ଅନ୍ୟ ନୀତି ଅନୁଷ୍ଠିତ ହେଇଥାଏ । ଜଣେ ଯବାନଙ୍କ ଗୋଡ଼ରେ କାଚ ପଶି ରକ୍ତ ଛିଟା ପଡିବାରୁ ହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ହୋଇଛି ।












Click it and Unblock the Notifications