Get Updates
Get notified of breaking news, exclusive insights, and must-see stories!

ପୁରୀ ପୌରପାଳିକା ହେଲା ପୁରୀ ମହାନଗର ନିଗମ

ବଦଳିବ ପୁରୀର ରୂପରେଖ। ମହାନଗର ନିଗମ ହେଲା ଜଗନ୍ନାଥ ଧାମ। ବର୍ଦ୍ଧିତ ଜନସଂଖ୍ୟା ସହିତ ବର୍ଷ ସାରା ସହରକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା ଯୋଗାଇବା ପାଇଁ ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବା ପାଇଁ ଘୋଷଣା କରିଛନ୍ତି ମୋହନ ମାଝୀ। ପୁରୀ ସହର ଏବଂ ଆଖପାଖ ଅବସ୍ଥିତ ଗ୍ରାମ ପଞ୍ଚାୟତକୁ ସାମିଲ କରି ପୁରୀ ମହାନଗର ନିଗମ ଗଠିତ ହେବ। ପୁରୀ ସଦର ଏବଂ ବ୍ରହ୍ମଗିରି ବ୍ଲକର ପ୍ରାୟ ୭-୮ଟି ଗ୍ରାମପଞ୍ଚାୟତକୁ ସାମିଲ କରାଯିବ। ଫଳରେ ପଞ୍ଚାୟତବାସୀ ସହର ପରି ସୁବିଧା ପାଇ ପାରିବେ। ଗୁରୁବାର ଠାରୁ ଏହ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଆରମ୍ଭ କରାଯିବ।

ପୁରୀକୁ ଦେଶର ସର୍ବଶ୍ରେଷ୍ଠ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳ ଭାବେ ଗଢି ତୋଳିବାକୁ ସରକାର ବଦ୍ଧପରିକର। ଏଥିପାଇଁ ଅନେକ ନୂତନ ପ୍ରକଳ୍ପର ନିର୍ମାଣ ଏବଂ ରକ୍ଷଣାବେକ୍ଷଣର ଅବଶ୍ୟକତା ରହିଛି। ପୁରୀରେ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ। ପାଠାଗାର ଓ ଗବେଷଣାଗାର ମଧ୍ୟ ପ୍ରତିଷ୍ଠା କରାଯିବ। ଅଡିଟୋରିୟମ ସହ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣ କରାଯିବ। ୨୦୩୬ ସୁଦ୍ଧା ପୁରୀକୁ ଦେଶର ଏକ ମୁଖ୍ୟ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

PURI JAGANNATH TEMPLE

ସେହିପରି ପୁରୀ ସହ ୪ଟି ସହରକୁ ବିଜ୍ଞାପିତ ଅଞ୍ଚଳ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବଲାଙ୍ଗୀର ଜିଲ୍ଲାର ଲୋଇସିଂଘା, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, ମୟୁରଭଞ୍ଜ ଜିଲ୍ଲାର ଯଶୀପୁର ଓ ବାଲେଶ୍ୱର ଜିଲ୍ଲାର ବସ୍ତା। ଏହା ସହିତ ବ୍ରହ୍ମପୁର ମହାନଗର ନିଗମର ପରିସର ବୃଦ୍ଧି ସମ୍ପର୍କରେ ମଧ୍ୟ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+