ସେବାୟତ ହୁଅନ୍ତୁ କି ସୁରକ୍ଷା କର୍ମଚାରୀ: ନୂଆବର୍ଷରୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ମନା
ସେ ସେବାୟତ ହୁଅନ୍ତୁ କି ସୁରକ୍ଷା କର୍ମଚାରୀ, ନୂଆବର୍ଷରୁ ଲାଗୁ ହେବ ନୂଆ ନିୟମ । ଶ୍ରୀମନ୍ଦିର ଭିତରକୁ ମୋବାଇଲ ମନା । କେହି ବି ଶ୍ରୀମନ୍ଦିରକୁ ମୋବାଇଲ ଧରି ପ୍ରବେଶ କରି ପାରିବେ ନାହିଁ ।
ପୁରୀ: ସେ ସେବାୟତ ହୁଅନ୍ତୁ କି ସୁରକ୍ଷା କର୍ମଚାରୀ, ନୂଆବର୍ଷରୁ ଲାଗୁ ହେବ ନୂଆ ନିୟମ । ଶ୍ରୀମନ୍ଦିର ଭିତରକୁ ମୋବାଇଲ ମନା । କେହି ବି ଶ୍ରୀମନ୍ଦିରକୁ ମୋବାଇଲ ଧରି ପ୍ରବେଶ କରି ପାରିବେ ନାହିଁ ।

ତେବେ ଶ୍ରୀମନ୍ଦିରର ସିଂହଦ୍ୱାର ଓ ଦକ୍ଷିଣ ଦ୍ୱାର ନିକଟରେ ହୋଇଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜମା ଦେଇ ମନ୍ଦିରକୁ ପ୍ରବେଶ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ତେବେ ସୂଚନା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୋଟିଏ ଫୋନ୍ ରଖାଯିବ ।
ପୂର୍ବରୁ ଶ୍ରୀମନ୍ଦିର ଭିତରର ଅନେକ ଫଟୋ ଭାଇରାଲ ହୋଇଥିଲା । ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏପରିକି ରତ୍ନମଣ୍ଡପରେ ଶ୍ରୀଜିଉ ବସିଥିବାର ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଆଉ ଏହାପରେ ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ବିପଦ ଘନେଇବାର ଆଶଙ୍କା କରି ଏଭଳି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ । ଯେମିତି ଶ୍ରୀମନ୍ଦିର ଭିତରକୁ ମୋବାଇଲ ପ୍ରବେଶ ପାଇଁ ଆଉ କୌଣସି ସୁଯୋଗ ରହିବନି ।
ଗତ କିଛିଦିନ ତଳେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ଶ୍ରୀମନ୍ଦିରର ଭିଡ଼ିଓ ଉତ୍ତୋଳନ କରାଯାଇଥିଲା । ପରେ ବିବାଦ ଉପୁଜିବାରୁ ୟ୍ୟୁଟ୍ୟୁବର ବ୍ଲଗର (YouTuber Blogger) ଅନିମେସ କ୍ଷମା ପ୍ରାର୍ଥନା କରିଥିଲେ। ନିଜ ୟୁଟ୍ୟୁବ୍ ଚ୍ୟାନେଲ ସେ ଏକ ଭିଡ଼ିଓ ପୋଷ୍ଟ କରି ଭିଡ଼ିଓ ମାଧ୍ୟମରେ ଏହି କାମକୁ ନେଇ କ୍ଷମା ପ୍ରାର୍ଥନା ମାଗିଥିଲେ।
ତେବେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଶ୍ରୀମନ୍ଦିର ପରିଚାଳନା, ସେବାୟତ ପିଲାଙ୍କ ପାଇଁ ଶ୍ରୀଜଗନ୍ନାଥ ଆଦର୍ଶ ଗୁରୁକୂଳମ ନେଇ ର୍ବିଲା ଫାଉଣ୍ଡେସନ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହା ବ୍ୟତୀତ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ନେଇ ୪୦୦୦ ହେକ୍ଟରରୁ ୩୬୦୦ ହେକ୍ଟରରେ ବୃକ୍ଷରୋପଣ ହୋଇଛି ।
ଆଗାମୀ ଦିନରେ ପରିଚାଳନା କମିଟି ସଦସ୍ୟ ଯାଇ ଏହାର ସ୍ଥିତି ଅନୁଧ୍ୟାନ କରିବେ । ମହାପ୍ରଭୁଙ୍କ ନାମରେ ଥିବା ୧୬୦୦ ଏକର ଜଙ୍ଗଲ କିସମ ଜମିରେ ରଥ କାଠ ରୋପଣ କରାଯିବ । ପ୍ରମୋଦ ଉଦ୍ୟାନ ଓ ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ପାଇଁ ପ୍ଲାନ୍ ପ୍ରସ୍ତୁତ କରାଯିବ ।












Click it and Unblock the Notifications