୨୩ ବର୍ଷ ତଳେ ମହାବାତ୍ୟାରେ ମୃତ ଘୋଷିତ ହୋଇଥିଲେ, ଏବେ ଫେରିଲେ ଘରକୁ...
ଆଜିକୁ ୨୩ ବର୍ଷ ପୂର୍ବେ ଓଡିଶା ଉପକୂଳକୁ ଧକ୍କା ହୋଇଥିବା ସୁପର ସାଇକ୍ଲୋନ୍ ବା ମହାବାତ୍ୟାରେ ନିଖୋଜ ହୋଇ ଯାଇଥିଲେ ସେ । ପରେ ତାଙ୍କୁ ମୃତକ ବୋଲି ଘୋଷଣା କରାଗଲା । ମାତ୍ର ଆଜି ସେ ନିଜ ପରିବାର ପାଖକୁ ଫେରି ଆସିଛନ୍ତି ।
ନିମାପଡ଼ା: ଚମତ୍କାର ଘଟଣା । ଆଜିକୁ ୨୩ ବର୍ଷ ପୂର୍ବେ ଓଡିଶା ଉପକୂଳକୁ ଧକ୍କା ହୋଇଥିବା ସୁପର ସାଇକ୍ଲୋନ୍ ବା ମହାବାତ୍ୟାରେ ନିଖୋଜ ହୋଇ ଯାଇଥିଲେ ସେ । ପରେ ତାଙ୍କୁ ମୃତକ ବୋଲି ଘୋଷଣା କରାଗଲା । ମାତ୍ର ଆଜି ସେ ନିଜ ପରିବାର ପାଖକୁ ଫେରି ଆସିଛନ୍ତି ।

ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ବ୍ଲକ୍ ବାମନାଳ ପଞ୍ଚାୟତର ପାତି ପାଇକସାହି ଗ୍ରାମର ଘଟଣା । ବ୍ୟକ୍ତିଙ୍କ ନାମ କୀର୍ତ୍ତିଚନ୍ଦ୍ର ବିଶ୍ବାଳ ।
ତେବେ ମହାବାତ୍ୟାରେ ୧୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ କୀର୍ତ୍ତିଚନ୍ଦ୍ର ଆନ୍ଧ୍ରପ୍ରଦେଶର ବିଶାଖାପାଟନମ କୁଳରେ ଲାଗିଥିଲେ । ସେଠାରେ ସେ ନିଜର ସ୍ମୃତିଶକ୍ତି ହରାଇ ବସିଥିଲେ ।
ତେବେ କୋଲକାତାର ଏକ ହାମ ରେଡିଓ ସଂସ୍ଥା କୀର୍ତ୍ତିଙ୍କୁ ୨୦୧୦ରେ ଶ୍ରୀକାକୁଲମରେ ଠାବ କରିଥିଲା। ତାଙ୍କୁ ସେଠାରୁ କୋଲକାତା ନେଇ ଚିକିତ୍ସା କରିଥିଲେ। କୀର୍ତ୍ତିଙ୍କ ସ୍ମୃତିଶକ୍ତି ଫେରି ପାଇବାପରେ ତାଙ୍କ ପରିଚୟ ଜଣାପଡ଼ିଥିଲା। ପରେ ସେହି ହାମ୍ ରେଡିଓ ସଂସ୍ଥା ତାଙ୍କର ଶାଖା ଅଫିସ କୀର୍ତ୍ତିଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରିଥିଲେ। ବ୍ରହ୍ମପୁରୁ ରବିବାର ସଂଧ୍ୟାରେ ତାଙ୍କୁ ଘରକୁ ଅଣାଯାଇଛି।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଦୀର୍ଘବର୍ଷ ଧରି ତାଙ୍କର ଖୋଜଖବର ନମିଳିବାରୁ କାଗଜପତ୍ରରେ ତାଙ୍କୁ ମୃତ ଘୋଷିତ କରାଯାଇଥିଲା। ପରିବାର ବର୍ଗ କୀର୍ତ୍ତିଙ୍କର ଶୁଦ୍ଧିକ୍ରିୟା ବି କରିସାରିଥିଲେ। ଦୀର୍ଘ ୨୩ ବର୍ଷ ପରେ ସେ ଘରକୁ ଫେରିବା ପରେ ପରିବାରରେ ତଥା ଗାଁରେ ଖୁସିର ଲହରୀ ଖେଳି ଯାଇଛି ।












Click it and Unblock the Notifications