Puri Lok Sabha Election 2024: ଭୋଟ ଦେଲେ ସମ୍ବିତ ପାତ୍ର , କହିଲେ ପ୍ରଥମେ ମତଦାନ ତା'ପରେ ଜଳପାନ
ଭୋଟ ଦେଲେ ସମ୍ବିତ ପାତ୍ର । ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟିଂରେ ନିଜର ମତ ସାବ୍ୟସ୍ତ କରିଛନ୍ତି ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ।
ଇଭିଏମ୍ ମେସିନ ଖରାପ ହେବା ଯୋଗୁଁ ବୁଥ ବାହାରେ ଲାଇନରେ ପାଖାପାଖି ଦେଢ ଘଣ୍ଟା ଛିଡା ହେବା ପରେ ଭୋଟ ଦେଇଛନ୍ତି ସମ୍ବିତ ପାତ୍ର । ନିଜେ ଭୋଟ ଦେବା ସହ ଅନ୍ୟମାନଙ୍କୁ ମତଦାନ କରିବାକୁ ଅପିଲ କରିଛନ୍ତି ।
ସେ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ସଶକ୍ତ, ସମୃଦ୍ଧ, ସୁରକ୍ଷିତ ଏବଂ ବିକଶିତ ଓଡ଼ିଶା ତଥା ଶକ୍ତିଶାଳୀ ଭାରତ ନିର୍ମାଣ ନିମନ୍ତେ ଆଜି ମୁଁ ପୁରୀର ୭୭ ନମ୍ୱର୍ ବୁଥ୍ ରେ ମତଦାନ କରି ନିଜର ଗଣତାନ୍ତ୍ରିକ ଅଧିକାର ଏବଂ କର୍ତ୍ତବ୍ୟକୁ ନିର୍ବାହନ୍ କଲି । ଆପଣ ସମସ୍ତେ ମଧ୍ୟ ନିଶ୍ଚିତ ମତଦାନ କରନ୍ତୁ ଏବଂ ମନେ ରଖନ୍ତୁ, ପ୍ରଥମେ ମତଦାନ ତା'ପରେ ଜଳପାନ।

ସେ, କହିଛନ୍ତି, ଦେଶକୁ ବିକଶିତ ଓ ଓଡିଶାକୁ ସଦୃଢ କରିବାକୁ ଭୋଟ ଦିଅନ୍ତୁ । ଗଣତନ୍ତ୍ର ଏହି ମହାପର୍ବରେ ସମସ୍ତେ ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରିବାକୁ ଦେଲେ ବାର୍ତ୍ତା । ତେବେ ଇଭିଏମ୍ ତ୍ରୁଟି ଯୋଗୁଁ ଉକ୍ତ ବୁଥରେ ଭୋଟରଙ୍କୁ ଭୋଟ ଦେବାକୁ ଅଧିକ ଦେଢ ଘଣ୍ଟା ଦିଆଯିବ ବୋଲି ମଧ୍ୟ ସୁନିଶ୍ଚିତ କରିଛନ୍ତି ସମ୍ବିତ ପାତ୍ର ।












Click it and Unblock the Notifications