ନାମାଙ୍କନ ଭରିଲେ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ସଞ୍ଜୟ ଦାସବର୍ମା
ନାମାଙ୍କନ ଭରିଲେ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପତ୍ର । ଆଜି ନାମାଙ୍କନ ଦାଖଲ କରିବାକୁ ସମର୍ଥକଙ୍କ ସହ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଭାରିଥିଲେ ।

ହଜାର ହଜାର ସମର୍ଥକଙ୍କ ସହ ରୋଡ୍ ସୋ' କରି ନାମାଙ୍କନ ଦାଖଲ କରିବାକୁ ଯାଇଥିଲେ ସମ୍ବିତ ପାତ୍ର । ସାଥୀରେ ଗଲେ ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ଆଶ୍ରିତ ପଟ୍ଟନାୟକ ମଧ୍ୟ ଆଜି ନାମାଙ୍କନ ଦାଖଲ କରିଥିଲେ
। ପୁରୀ ଉତରା ଛକ ମା' ଦୁଲାଦେଇ ପୀଠରୁ ପୂଜାର୍ଚ୍ଚନା କରିବା ପରେ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।
ସେହିପରି ବିଜେଡି ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଂଜୟ ଦାସବର୍ମା ମଧ୍ୟ ଆଜି ନାମାଙ୍କନ ଦାଖଲ କରିଛନ୍ତି । କଣାସ ବ୍ଲକର ମା' କୁଜେଶ୍ୱରୀ ପୀଠ, ପଞ୍ଚଶଖା ପୀଠ ଓ ସାକ୍ଷୀଗୋପାଳଙ୍କଠାରୁ ଆଶୀର୍ବାଦ ନେଇ ହଜାର ହଜାର ସମର୍ଥକଙ୍କ ସହ ପୁରୀ ଅଭିମୁଖେ ବାହାରିଛନ୍ତି ସଞ୍ଜୟ ଦାସବର୍ମା ।












Click it and Unblock the Notifications