ପିଲିଲିରେ ପ୍ରଚାର ବେଳେ ଅସୁସ୍ଥ ହେଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରାଜ୍ୟରେ ଜାରି ରହିଛି । ଏହା ସାଙ୍ଗକୁ ନିର୍ବାଚନ ପ୍ରଚାରରେ ଦୁଲୁକୁଛି ମଇଦାନ । ଏହାରି ଭିତରେ ପ୍ରଚାର ବେଳେ ପୁରୀ ଲୋକସଭା ପ୍ରାର୍ଥୀ ଅସୁସୁ ହୋଇଛନ୍ତି । ଗାଡିରେ ରାଲି କରି ଯାଉଥିବାବେଳେ ଅଚେତ ହୋଇପଡିଲେ ଅରୂପ ପଟ୍ଟନାୟକ । ପିପିଲିରେ ବିଜେଡିର ରାଲି ଚାଲିଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ।

Arup Patnaik

ସୂଚନା ଯୋଗ୍ୟ ଯେ, ପ୍ରଚାର ଗାଡିରେ ଠିଆ ହୋଇ ପ୍ରଚାର କରୁଥିବା ବେଳେ ଲେଉଟି ପଡିଲେ ଅରୂପ । ବିଧାୟକ ଏବଂ କର୍ମୀ ମାନେ ସଙ୍ଗେ ସଙ୍ଗେ ତାଙ୍କୁ ପାଣି ଛିଞ୍ଚି ଉଠାଇଥିଲେ । ପରେ ତାଙ୍କୁ ସେଠାରୁ ପିପିଲି ହସ୍ପିଟାଲକୁ ଅଣାଯାଇଥିଲା ।

ହସ୍ପିଟାଲ ଡାକୁର ତାଙ୍କ ବିପି ଚେକ କରିଥିଲେ । ବିପି କମ୍ ଥୂବା ଜାଣି ଡାକୁର ତାଙ୍କୁ ସାଲାଇନ ନେବା ପାଇଁ କହିଥିଲେ ସୁଦ୍ଧା ସେ ସେଠାରୁ ଅନ୍ୟତ୍ର ଚାଲି ଯାଇଥିଲେ । କହିବାକୁ ଗଲେ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତଥାପି ଖରାକୁ ଖାତିର ନକରି ପ୍ରଚାରରେ ମାତିଛନ୍ତି ନେତା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+